April 28, 2026

ମହିମା ମଠ ର ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା।ରେ ଭାରତୀୟ କିସାନ ସଂଘ 

IMG-20250809-WA0175
Share

 

 

 

ବରଗଡ (ସୁରେନ୍ଦ୍ର କଠାର)

 

ଗୁଏବାହାଳୀ ସ୍ଥିତ ମହିମା ମଠ ର ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା । ଗ୍ରାମ ର ଗୌନ୍ତିଆ ଇ:ମୀନକେତନ ସାହା ଙ୍କ ସଭାପତିତ୍ୱ ରେ ପ୍ରଥମେ ଯଜ୍ଞ ଓ ପରେ ଆଧ୍ୟାତ୍ମିକ ପ୍ରବଚନ ରେ ସମାଜ କୁ ଶୃଙ୍ଖଳିତ କରିବାରେ ସନ୍ଥ କବି ଭୀମ ଭୋଇ ଓ ସମାଜ ସଂସ୍କlରକ ଦୟାନନ୍ଦ ସରସ୍ବତୀ ଙ୍କ ଅବଦାନ କୁ ସ୍ୱରଣ କରିଥିଲେ। ନବପ୍ରଭାତ ଗୁରୁକୁଳ ର ଆଚାର୍ଯ୍ୟ ପୂଜ୍ୟ ବୃହସ୍ବତୀ ଶାସ୍ତ୍ରୀ, ପଣ୍ଡିତ କବିନ୍ଦ୍ର ଆର୍ଯ୍ୟ ଓ ବ୍ରହ୍ମଚାରୀ କ୍ରିଷ୍ଣା ସମବେତ ଜନ ସାଧାରଣ ଙ୍କୁ ପ୍ରବଚନ ମାଧ୍ୟମ ରେ ଶୃଙ୍ଖଳିତ ହୋଇ ସମାଜ ର କାମ ରେ ନିଷ୍ଠା ରଖିବାକୁ ଅନୁରୋଧ କରିଥିଲେ lପରବର୍ତ୍ତୀ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ କରିବାରେ କୃଷି ଓ କୃଷକ ର ଭାଗିଦାରୀ ରେ ମହିଳା ଙ୍କ ଅବଦାନ କୁ ଅବତାରଣା କରାଯାଇଥିଲା। ଭାରତୀୟ କିସାନ ସଙ୍ଘ ର ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର, ଜିଲ୍ଲା ସଭlପତି ଶ୍ରୀ ପିତାମ୍ବର ସାହୁ, କାର୍ଯ୍ୟକାରୀ ସଭlପତି ଶ୍ରୀ ପଞ୍ଚlନନ ଦଳପତି ସମବେତ ଗ୍ରାମ ବାସୀ ଙ୍କୁ ସମାଜ ପାଇଁ କୃଷକ ର ମହତ ଅବଦାନ କୁ ସ୍ୱରଣ କରେଇଥିଲେ। ପରେ ମହିମା ମଠ ର ଚାରିପାର୍ଶ୍ଵରେ ବୃକ୍ଷ ରୋପଣ କରି ପରିବେଶ କୁ ଚିର ସବୁଜ ରଖିବାବୁ ଆହ୍ୱାନ ଦେଇଥିଲେ । ଉକ୍ତ ମହତ କାର୍ଯ୍ୟକ୍ରମ ରେ କରୁଣାକର ପ୍ରଧାନ, ରଞ୍ଜନ ବାରିକ, ଚନ୍ଦ୍ରଶେଖର ଭୋଇ, ରାମେଶ୍ୱର ବାବୁ, ଦିଲ୍ଲୀପ ସାହା, ଦୀନବନ୍ଧୁ ବିଶି, ଜୟ ରାମ ସାହା ପ୍ରମୁଖ ସହଯୋଗ କରିଥିଲେ।