ଦିବ୍ୟାଙ୍ଗଙ୍କ ସହିତ ରକ୍ଷା ବନ୍ଧନ
ବରଗଡ଼ (ସୁରେନ୍ଦ୍ର କଠାର)
: ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ସ୍ଥାନୀୟ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ପରିସରରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା ।
ଏଥିରେ ପ୍ରଧାନ ଶିକ୍ଷକ ଅଭୟ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଭାପତି ଲାୟନ ମନୋଜ ମହାପାତ୍ର ଓ ଅଭୟ କୁମାର ଭୋଇ ରକ୍ଷାବନ୍ଧନ ର ଅଭିବ୍ୟକ୍ତି ପ୍ରକାଶ କରିଥିଲେ ।
ମୁଖ୍ୟ ଉଦ୍ୟୋକ୍ତା ଲାୟନ ପ୍ରଦୀପ ଗୋୟଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଲାୟନ ବିକାଶ ଅଗ୍ରୱାଲ, ଅଞ୍ଜନା ଦାସ, ଶୁଶାନ୍ତ ତ୍ରିପାଠୀ, ବିକାଶ ଅଗ୍ରୱାଲ, ଡାକ୍ତର ସ୍ବାଧୀନ ଶର୍ମା,ଲାୟନ ୟୁ ସାଇ ବାବୁ, ସର୍ବେଶ୍ଵର ତ୍ରିପାଠୀ, ଜୟନ୍ତୀ ବେହେରା, କିଶନ ଲାଲ ଅଗ୍ରୱାଲ,ଜସବିର ସିଂ ସୈନୀ, ମନୋଜ ମହାପାତ୍ର, ଦୀପକ ବଲୋଦିଆ. ଆନନ୍ଦ ବିରମିୱଲ ଏବଂ ଲିଓ କ୍ଲବ ସଦସ୍ୟ ମାନେ ଯୋଗ ଦେଇଥିଲେ । ଶେଷରେ ଶିକ୍ଷକ ଦୁଃଖି ସେବକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
