April 25, 2026

ବିଜେଡି ଜିଲ୍ଲା ସଭାପତି ଙ୍କ ନୁଆଗଡ଼ ବ୍ଲକ୍ ସୁନ୍ଦରଡ଼।ଙ୍ଗ ପଞ୍ଚାୟତ ଗସ୍ତ —————–ଆଜି ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ଅନ୍ତର୍ଗତ ସୁନ୍ଦରଡ଼

IMG-20230809-WA0032
Share

ବିଜେଡି ଜିଲ୍ଲା ସଭାପତି ଙ୍କ ନୁଆଗଡ଼ ବ୍ଲକ୍ ସୁନ୍ଦରଡ଼।ଙ୍ଗ ପଞ୍ଚାୟତ ଗସ୍ତ —————–ଆଜି ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ଅନ୍ତର୍ଗତ ସୁନ୍ଦରଡ଼।ଙ୍ଗ ଗ୍ରାମପଞ୍ଚାୟତର ବୁରିପଦର ଏରିଆ ମଣ୍ଡଳୀ ରେ ଯୋଗ ଦେଇଥିଲେ ।ଉକ୍ତ ମଣ୍ଡଳୀ ର ଆଠ ଖଣ୍ଡ ଗ୍ରାମର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ, ବ୍ଲକ୍ ବିଜେଡି ସଭାପତି ଜହନ ମାଝି, ଜିଲ୍ଲା ଉପସଭାପତି ଯେମସ୍ ରାଇକା, ସ୍ଥାନୀୟ ସରପଞ୍ଚ ପ୍ରେମା ମାଝି, ସମିତି ସଭ୍ୟ ବିନିୟାମୋହନ ବିର,ତଥା ଅନୁଗୁର,ଖଜୁରୀ ପଦା ସରପଞ୍ଚ, ସମିତି ସଭ୍ୟ ଏବଂ ପାଷ୍ଟର ପରମ ଶବର,ଡିକନ ତିମତି ର ଇତ,ତଥା ଆଖପାଖ ଅଞ୍ଚଳର ବହୁ ବିଜୁପରିବାରର ସଦସ୍ୟ ଉପସ୍ଥିତ ଥିଲେ ।ଉକ୍ତ କାର୍ଯ୍ୟ କ୍ରମରେ ଗ୍ରାମର ମୁଖ୍ୟ କମିଟି ଗଣ ଜିଲ୍ଲା ସଭାପତି ଙ୍କୁ ଗ୍ରାମର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ଯଥା ଏରିଆ ଘର ଚର୍ଚ ନିମନ୍ତେ ଆର୍ଥିକ ସହାୟତା, ସ୍କୁଲରେ ଶ୍ରେଣୀ ଗୃହ ଓ ପାଚେରୀ କାରଣ ପ୍ରଥମ ଠାରୁ ପଞ୍ଚମ ପର୍ଯ୍ୟନ୍ତ ୩୫ ପିଲା ଗୋଟିଏ କ୍ଲାସ ରେ ପଢ଼ୁଥିବା କହିଛନ୍ତି ଯାହାଫଳରେ ଶିକ୍ଷା ରେ ନାନା ସମସ୍ୟା ସୃଷ୍ଟି ହେଉଛି । ଗ୍ରାମର ଵିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଜିଲ୍ଲା ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ରୁଷ୍ଟି ଆକର୍ଷଣ କରାଇବା ସହ ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳ ବାସିଙ୍କୁ ଆଶ୍ୱାସନା ଦେଇଛନ୍ତି ।