November 22, 2024

ପୁଣି ଧରାପଡିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣେ ଶିକ୍ଷୟତ୍ରୀ ।

Share

ପୁଣି ଧରାପଡିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣେ ଶିକ୍ଷୟତ୍ରୀ ।
ଭଦ୍ରକ,,
ଏମିତି ଘଟଣା ପଦାକୁ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନାୟକାଣିଡିହି ପଞ୍ଚାୟତର କରଞ୍ଜଆଡିଆ ସରକାରୀ ନୋଡାଲ ହାଇସ୍କୁଲର ଶିକ୍ଷୟତ୍ରୀ ରେବତୀ ଜେନାଙ୍କ ନିଲମ୍ବନ ପରେ । ଜାଲ ସାର୍ଟିଫିକେଟ ଦେଇ ୨୦୦୫ ମସିହାର ଶିକ୍ଷାସହାୟକ ଭାବେ ଚାକିରି ଆରମ୍ଭ କରିଥିଲେ । କରଞ୍ଜଆଡିଆ ସରକାରୀ ନୋଡାଲ ହାଇସ୍କୁଲର ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ରେବତୀ ଜେନାଙ୍କ ଜାଲ ସାର୍ଟିଫିକେଟ ଜଣାପଡିବା ପରେ ବାସୁଦେବପୁର ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଶିକ୍ଷୟତ୍ରୀଙ୍କୁ ନିଳମ୍ବିତ କରିଛନ୍ତି ।
ଶିକ୍ଷୟତ୍ରୀଙ୍କ ବିରୋଧରେ ବିଇଓ ନାୟକାଣିଡିହି ଥାନାରେ ଏତଲା ମଧ୍ୟ କରିଛନ୍ତି । ତାଙ୍କର ଚାକିରି କାର୍ଯ୍ୟକାଳ ମଧ୍ୟରେ ସରକାରଙ୍କ ରାଜକୋଷରୁ ନେଇଥିବା ୩୯ ଲକ୍ଷ ୨୩ ହଜାର ୮୩୭ ଟଙ୍କା ଫେରସ୍ତ ପାଇଁ ଲେଖା ଯାଇଛି । କିଛିଦିନ ପୂର୍ବରୁ ଏହି ବ୍ଲକ ଅଧିନ ବୀଣାପଦା ହାଇସ୍କୁଲର ଶିକ୍ଷକ ସୁଦର୍ଶନ ଦାସ ଜାଲ ସାର୍ଟିଫିକେଟ ଧରା ପଡିବା ପରେ ଚାକିରିରୁ ନିଲମ୍ବିତ ହେବା ସହିତ ବାସୁଦେବପୁର ଥାନାରେ ବ୍ଲକ ଶିକ୍ଷାଧିକାରୀ(ବିଇଓ) ଏତଲା ଦେଇଥିଲେ । ବାସୁଦେବପୁର ବ୍ଲକର ଶହ ଶହ ଶିକ୍ଷକ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଛନ୍ତି । ବିଧିବଦ୍ଧ ଭାବେ ତଦନ୍ତ ହେଲେ ଏହି ନକଲି ଶିକ୍ଷକଙ୍କ କାରନାମା ପଦାକୁ ଆସି ପାରନ୍ତା ବୋଲି କୁହାଯାଉଛି ।

ଦେବାଶିଷ ଦାଶ୍ କ୍କ ରିପୋର୍ଟ