August 24, 2026

ଡିକି ଭାଙ୍ଗି ୧ଲକ୍ଷ ଟଙ୍କା ଲୁଟ୍

IMG-20230809-WA0030
Share

ଡିକି ଭାଙ୍ଗି ୧ଲକ୍ଷ ଟଙ୍କା ଲୁଟ୍

ହାଟଡିହି,୯/୮: ନନ୍ଦିପଦା ଥାନା ଛେନାପଦିଛକରୁ ବାଇକ୍ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ଏକଲକ୍ଷ ଟଙ୍କା ଲୁଟ୍ କରିଛନ୍ତି। ଅଣତିରା ଗ୍ରାମର ନିତ୍ୟାନନ୍ଦ ବେହେରା ଝିଅର ନାମଲେଖା ପାଇଁ ବଞ୍ଚୋର ଏକ ବ୍ୟାଙ୍କରୁ ଏକଲକ୍ଷ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ। ସେ ଛେନାପଦିଛକକୁ ଆସି ତୁଳସୀ କମ୍ପ୍ଲେକ୍ସରେ ଥିବା ଏକ ଟେଲର ଦୋକାନ ସମ୍ମୁଖରେ ବାଇକ୍ ରଖି ଝିଅର ପୋଷାକ ସିଲେଇ ସରିଲା କି ନାହିଁ ବୋଲି ଦୋକାନୀ ସହ ଆଲୋଚନା କରିଥିଲେ । ଏହି ସମୟରେ ଦୁଇଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ବାଇକ୍ ଡିକି ଭାଙ୍ଗି ଟଙ୍କା ନେଇ ପଳାଇଥିଲେ। ପାଖରେ ଥିବା ଜଣେ ଦୋକାନୀ ଏହା ଦେଖି ପାଟି କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଦ୍ରୁତଗତିରେ ଆନନ୍ଦପୁର ଆଡ଼କୁ ପଳାଇଥିଲେ। ନିତ୍ୟାନନ୍ଦ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ସପ୍ତାହରେ ସାଇକଲରେ ଯାଉଥିବା ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତମାନେ ୩୫ ହଜାର ଲୁଟି ନେଇଥିଲେ। ଲୁଟେରାମାନେ ବ୍ୟାଙ୍କରେ କିଏ କେତେ ଟଙ୍କା ଉଠାଉଛି ଓ କେଉଁଆଡ଼େ ଯାଉଛି ତା ଉପରେ ନଜର ରଖୁଛନ୍ତି। ଟଙ୍କା ଉଠାଇ ଘରକୁ ଯାଉଥିବା ଲୋକଙ୍କ ପିଛା କରି ଲୁଟ୍ କରୁଛନ୍ତି |
(ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ)