July 11, 2026

କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି।

IMG-20260709-WA0059
Share

କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଜଣେ ଅଭିଯୁକ୍ତ ଭିଣୋଇ ନିଜର ନାବାଳିକା ଶାଳୀକୁ ଘରେ ଛାଡ଼ିଦେବାକୁ କହି ନିଜ କାର୍‌ରେ ନେଇଯାଉଥିଲା। ମାତ୍ର ବିଶ୍ୱାସ ଗତି କଲା ଭିଣୋଇ। ଘରୁ କିଛି ଦୂର ଯିବା ପରେ, କାଳିଆମାଳି ପାହାଡ଼ ନିକଟ ଏକ ନିଛାଟିଆ ସ୍ଥାନରେ ସେ ନାବାଳିକା ଶାଳୀକୁ ଜବରଦସ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହି ଅତ୍ୟାଚାର ପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ସେଠାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା। ପରେ ସ୍ଥାନୀୟ ବାସିନ୍ଦା ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ନାରାୟଣପାଟଣା ଥାନା ପୋଲିସ ତତ୍ପରତା ଦେଖାଇ ଅଭିଯୁକ୍ତ ଭିଣୋଇକୁ ଗିରଫ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଚଳାଇଛି।(ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed