August 30, 2026

ଓଡ଼ିଶାରେ ପ୍ରଥମ ଥର ପାଇଁ ଶ୍ରୀ ନୀଳମାଧବଙ୍କ ୧୪ ବେଶ ପ୍ରଦର୍ଶନ l ପ୍ରଭୁ ଶ୍ରୀ ନୀଳମାଧବ ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ରୂପ।

IMG-20260830-WA0016
Share

 

ଆଜିକାଲି କେତେକ ଅନିମେଶନ ଫିଲ୍ମରେ ମହାପ୍ରଭୁଙ୍କ ଶାସ୍ତ୍ର, ପରମ୍ପରା ଓ ଲୀଳାକୁ ବିକୃତ ଭାବେ ପ୍ରଦର୍ଶନ କରାଯାଉଛି, ଯାହା କୋଟି କୋଟି ଭକ୍ତଙ୍କ ଭାବନାକୁ ଆଘାତ ଦେଉଛି। ଏହା ବନ୍ଦ ହେବା ନିହାତି ଆବଶ୍ୟକ। ଏହାର ପ୍ରତିବାଦରେ ଏବଂ ପ୍ରକୃତ ସଂସ୍କୃତିର ପ୍ରଚାର ପାଇଁ ଏହି ବେଶ ପ୍ରଦର୍ଶନ ଆୟୋଜିତ।

ପୁରାଣ ଅନୁସାରେ: ସତ୍ୟଯୁଗରେ ନୀଳଗିରି ପର୍ବତର ଗୁମ୍ଫା ଭିତରେ ଶବର ରାଜା ବିଶ୍ୱାବସୁ ନୀଳମଣିରୁ ନିର୍ମିତ ନୀଳମାଧବଙ୍କୁ ଗୁପ୍ତ ଭାବେ ପୂଜା କରୁଥିଲେ। ପରେ ମାଳବ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଭକ୍ତିରେ ପ୍ରସନ୍ନ ହୋଇ ସେହି ନୀଳମାଧବ ହିଁ ପୁରୀ ଶ୍ରୀକ୍ଷେତ୍ରରେ ଦାରୁବ୍ରହ୍ମ ରୂପେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଚତୁର୍ଦ୍ଧା ମୂର୍ତ୍ତି ରୂପେ ପ୍ରକଟ ହେଲେ।

ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ, ଇଣ୍ଡିଆ, ଶ୍ରୀ ଜଗନ୍ନାଥ ଭକ୍ତ ସମାଜ, ପୁରୀ, ବିଶ୍ୱ ସନାତନ ସେବା ଟ୍ରଷ୍ଟ ଓ ପ୍ୟାସନ୍ କ୍ଲବ୍, ଭୁବନେଶ୍ୱରର ମିଳିତ ସହଯୋଗରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଶ୍ରୀ ନୀଳମାଧବଙ୍କ ପ୍ରମୁଖ ୧୦ ବେଶ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତିର ସୁନା ବେଶ ଓ ପଦ୍ମ ବେଶର ଦିବ୍ୟ ପ୍ରଦର୍ଶନ ଅନୁଷ୍ଠିତ ହେବ।

ଏହି ପ୍ରଦର୍ଶନ *ଆସନ୍ତା ସେପ୍ଟେମ୍ବର ୧୪ ରୁ ୨୦ ତାରିଖ ୨୦୨୬ ପର୍ଯ୍ୟନ୍ତ, ପ୍ୟାସନ୍ କ୍ଲବ୍, ୟୁନିଟ୍-୪, ଏମ୍.ଏଲ୍.ଏ କଲୋନୀ ପାର୍କ, ଭୁବନେଶ୍ୱରରେ* ଗଣେଶ ପୂଜା ଅବସରରେ ପ୍ରଦର୍ଶିତ ହେବ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ କରାଯାଇଥିଲା। ଏ ନେଇ ପୁରୀ ଭକ୍ତ ସାଲବେଗ ପୀଠରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରାଧ୍ୟାପକ ତଥା ଦେଉଳ ପୁରୋହିତ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଅତିଥି ଭାବେ ଶ୍ରୀ ଦୁର୍ଗା ପ୍ରସାଦ ଦାସ ମହାପାତ୍ର (ବରିଷ୍ଠ ଦଇତାପତି), ଡଃ ଶରତ ମହାନ୍ତି (ସଭାପତି, ଛୁନରା ସେବକ), ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ (ରାଧାବଲ୍ଲଭ ମଠ), ଶ୍ରୀ ରାମ ନାରାୟଣ ପୂଜା ପଣ୍ଡା ସାମନ୍ତ, ଶ୍ରୀ ଚକ୍ରଧର ମହାପାତ୍ର (ସମ୍ପାଦକ, ସାଲବେଗ ପୀଠ), ଡଃ ବଳରାମ ଦାଶ, ପ୍ରମୁଖ ଉପସ୍ଥିତ ରହି ଘୋଷଣା କରିଥିଲେ।ଆଜିର ସାମ୍ବାଦିକ ସମ୍ମିଳନୀ ରେ ସୁରେଶ ମିଶ୍ର ତ୍ରିଲୋଚନ ନାୟକ ବିଜୟ ମୋହନ ପଣ୍ଡା ଅକ୍ଷୟ ସାହୁ ତନ୍ମୟ ଜେନା ଶ୍ରୀନିବାସ ରାଓ ଚକ୍ରଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l

୧୪ ବେଶ ସମ୍ଭାର:* ଗଜାନନ/ହାତୀ ବେଶ, ନବଯୌବନ ବେଶ, ସୁନା ବେଶ/ରାଜ ବେଶ, ବନ ଭୋଜି ବେଶ, କାଳୀୟ ଦଳନ ବେଶ, ପ୍ରଲମ୍ବାସୁର ବଧ ବେଶ, କୃଷ୍ଣ-ବଳରାମ ବେଶ, ବଳି ବାମନ ବେଶ, ରାଧା-ଦାମୋଦର ବେଶ, ଲକ୍ଷ୍ମୀ-ନାରାୟଣ ବେଶ, ବଙ୍କଚୂଡ଼ା ବେଶ, ତ୍ରିବିକ୍ରମ/ଅଡ଼କିଆ ବେଶ, ଲକ୍ଷ୍ମୀ-ନୃସିଂହ/ଡାଳିକିଆ ବେଶ ଓ ପଦ୍ମ ବେଶ ଇତ୍ୟାଦି ଅନୁଷ୍ଠିତ ହେବ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l