August 30, 2026

ଝାଡେଶ୍ୱରି କ୍ଲବ୍ ପ୍ରାଙ୍ଗଣ ରେ ଜାତୀୟ କ୍ରୀଡା ଦିବସ ପାଳନ

IMG-20260830-WA0018
Share

 

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଝାଡେଶ୍ୱରି କ୍ଲବ୍ ଠାରେ କ୍ରୀଡା ଦିବସ ପାଳନ କରାଯାଇଛି।ଏଥିରେ ହ୍ୟାଣ୍ଡ ବଲ୍, ଥ୍ରୋ ବଲ୍, ଜିମ୍ନାଷ୍ଟିକ୍, ସଫ୍ଟ ବଲ୍, ମାଲଖମ୍ବ, ରଗବୀ, ସୁଟିଂ ବଲ୍,ଏମିତି ବହୁତ ପ୍ରକାର ଖେଳ ର ପାଖା ପାଖି ୩୦୦ ଖେଳାଳି ଏକତ୍ରିତ ହୋଇ ଏକ ରାଲି କରି ଝାଡେଶ୍ଵରି କ୍ଲବ୍ ପ୍ରାଙ୍ଗଣ ରୁ ବାହାରି ଷ୍ଟେସନ ରୋଡ ଦେଇ ଜିଲ୍ଲା ସ୍କୁଲ୍ ରାସ୍ତା ପରେ ପରେ ସୁବାସ ବୋଷ ଛକ ଦେଇ ଭିଆଇପି ରୋଡ ଦେଇ ପୁଣି ଝାଡେଶ୍ଵରି କ୍ଲବ୍ ଠାରେ ଶେଷ କରିଥିଲେ। ଏଥିରେ କ୍ଲବ୍ ର ସମ୍ପାଦକ ଶ୍ରୀଯୁକ୍ତ ପାର୍ଥ ସାରଥୀ ମହାପାତ୍ର,ଓଡ଼ିଶା ଥ୍ରୋ ବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ , ଓଡିଶା ହ୍ୟାଣ୍ଡ ବଲ୍ କୋଷାଦକ୍ଷ ସିତେନ୍ଦ୍ର ନାଥ ଦାସ, ଓଡିଶା ଜିମ୍ନା ଷ୍ଟିକ ପ୍ରଶିକ୍ଷକ ସଞ୍ଜୟ ମିଶ୍ର,ପୁରୀ ସଫ୍ଟ୍ ବଲ୍ ସଭାପତି ଅରବିନ୍ଦ ଦାସ ,ଝାଡେଶ୍ୱରୀ କ୍ଲବ୍ ର ସଦସ୍ୟ ସୁମିତ୍ କୁମାର ଚନ୍ଦୁକା,ଝାଡେଶ୍ୱରି କ୍ଲବ୍ ର ଉପ ସଭାପତି ନିମାଇ ଚରଣ ଦାସ ଏଥି ସହିତ କ୍ଲବ୍ ର ସମସ୍ତ କର୍ମ କର୍ତ୍ତାମାନେ ଏଥିରେ ଯୋଗ ଦେଇଥିଲେ । ଆଗାମୀ ଦିନରେ କିଭଳି ଖେଳାଳି ମାନେ କ୍ରୀଡା ଜଗତ ରେ ନିଜ ର ନାମ କରିବେ ସେଥିପ୍ରତି ଖେଳାଳି ମାନଙ୍କ ମନବଳ ବଢ଼ାଇଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଥ୍ରୋ ବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା , ସନ୍ଧ୍ୟା ରେ ମଧ୍ୟ ଖେଳାଳୀ ମାନ ଙ୍କ ଦ୍ଵାରା ଯୋଗ ଓ ମାଲଖମ୍ୱ ର କିଛି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏଥି ସହିତ କ୍ରୀଡା ଦିବସ ର ମହତ୍ତ୍ଵ ଲୋକ ମାନଙ୍କୁ ଜଣାଇବା ପାଇଁ ଗତ ୩ ଦିନ ହେବ ସନ୍ଧ୍ୟା ସମୟରେ କ୍ଲବ୍ ଠାରେ ସମସ୍ତ ଖେଳାଳି ମାନଙ୍କ ସହିତ ସେମାନଙ୍କ ଅଭିଭାବକ ମାନଙ୍କୁ ମଧ୍ୟ ଡକାଇ ଖେଳ ,ଖେଳ ର ଆନୁଷଙ୍ଗିକ ଉପକରଣ,ଖେଳ ର ଉପକାରିତା , ଏ ସମସ୍ତ ବିଷୟରେ କ୍ଲବ୍ ଠାରେ ଶିକ୍ଷା ଦିଆଯାଉଥିଲା.. ସେମାନଙ୍କ ଭିତରେ ରସି ଟଣା, ମ୍ୟୁଜିକ ଚେୟାର,ଏମିତି କିଛି ପ୍ରତିଯୋଗିତା ମଧ୍ୟ କରାଯାଉଥିଲା ।ଏହିପରି ଭାବରେ ଖେଳ ଓ ଖେଳାଳି ମାନ ଙ୍କର ଏହି ଦିବସ କୁ ଧୁମ୍ ଧମ୍ ର ସହ ପାଳନ କରିବା ପରେ ଝାଡେଶ୍ୱରି କ୍ଲବ୍ ର ସଭାପତି କୃଷ୍ଣ ଚନ୍ଦ୍ର ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l