July 11, 2026

ରାୟଗଡ଼ ଠାରେ ଯୁଗ୍ମଅଭିଯୋଗ ଶୁଣାଣି

IMG-20260709-WA0057
Share

ରାୟଗଡ଼ ୬/୭ ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ସଭାରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।

 

ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରାସାଦ, ବନ ବିଭାଗର ଅଧିକାରୀ ଶ୍ରୀ ସଚିନ୍ ଆନ୍ନା ସାହେବ ଓହଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ନରେନ୍ଦ୍ର ନାଥ ମହାପାତ୍ର, ଉପ ଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ପ୍ରକଳ୍ପ ପ୍ରଶାସକ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ଚେଷ୍ଟା ଜାରି ଥିଲେ। ଏଥିରେ ମୋଟ ୬୫ ଟି ଅଭିଯୋଗ ପଞ୍ଜିକୃତ କରା ଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ୪୭ ଏବଂ ୧୮ ଟି ସାମୁହିକ ଅଭିଯୋଗ ଶୁଣାଣି କରାଯାଇଥିଲା। ଉକ୍ତ ଅଭିଯୋଗ ଗୁଡିକ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଆଦେଶ ଦେଇଥିଲେ।ରାୟଗଡା ରୁ ରବି ରାଜ ବୈଦ୍ୟଙ୍କ ରିପୋର୍ଟ

You may have missed