ପାରଳାଖେମୁଣ୍ଡି ସହରରେ ଶିକ୍ଷାବିତ ଙ୍କ ଘରୁ ୨ ଭରି ସୁନା, ୨ କିଲୋ ରୂପା ଓ ୫୦ ହଜାର ଟଙ୍କା ଚୋରି            

IMG-20250709-WA0078
Share

 

 

ପାରଳାଖେମୁଣ୍ଡି:୯/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ଜଣେ ଶିକ୍ଷୟିତ୍ରୀଙ୍କ ଘରୁ ୨ ଭରି ସୁନା ଗାହଣା, ୨ କିଲୋ ରୂପା ଓ ୫୦ ହଜାର ଟଙ୍କା ଚୋରି ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗର ଠାରେ ରହୁଥିବା ଶିକ୍ଷୟିତ୍ରୀ ମିତାରାଣୀ ରଥଙ୍କ ଘରୁ ଏହି ଚୋରି ଘଟଣା ଘଟିଛି. ଶିକ୍ଷୟିତ୍ରୀ ମିତାରାଣୀ ପ୍ରତେକ ଦିନ ଭଳି ତାଲା ପକାଇ ସ୍କୁଲକୁ ଯାଇଥିଲେ. ସ୍କୁଲ ସରିବା ପରେ ଗତକାଲି ରଥଯାତ୍ରାର ଶେଷ ଦିନରେ ଠାକୁରଙ୍କୁ ଦର୍ଶନ କରି ନିଜ ଘରକୁ ନ ଫେରି ବାପ ଘରେ ରହି ଯାଇଥିଲେ. ଆଜି ସକାଳେ ସେ ରହୁଥିବା ବିଶ୍ୱନାଥ ନଗରର ସାହି ପଡିଶା ଲୋକେ ମୋବାଇଲରେ କଲ କରି ଘର କବାଟ ଭଙ୍ଗା ହୋଇଥିବା ଘଟଣା ଜଣାଇଥିଲେ. ଏଥିରେ ଶିକ୍ଷୟିତ୍ରୀ ମିତାରାଣୀ ଘରେ ପହଞ୍ଚି ଦେଖିଥିଲେ ଘର କବାଟ ଭଙ୍ଗା ଯିବା ସହ ଟଙ୍କା ସୁନା ରହୁଥିବା ଆଲମାରି ଭଙ୍ଗା ଯାଇଛି. ଆଲମାରିରେ ଥିବା ୨ ଭରି ସୁନା ଗହଣା, ୨ କିଲୋ ରୂପା ଓ ୫୯ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ.ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଅନୁଧ୍ୟାନ କରିବା ସହ ଚୋରକୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି.

You may have missed