ଗଜପତି ଜିଲ୍ଲାରେ ଜୁଆ ଖେଳ ବନ୍ଦ ହେବାର ନା ଧରୁନି ପୁଣି ୮ ଜୁଆଡ଼ି ଗିରଫ, ୨.୪୪ ଲକ୍ଷ ଟଙ୍କା ଜବତ 

IMG-20250709-WA0077
Share

 

 

ପାରଳାଖେମୁଣ୍ଡି:୯/୭(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢ଼ଉ ଜାରୀ ରହିଛି। ଗତକାଲି ଗୁରାଣ୍ଡି ଥାନା ଅନ୍ତର୍ଗତ ମଧୁସୁଦନପୁର ଗ୍ରାମର ଏକ କୋଠା ଘରେ ଜୁଆ ଖେଳ ଚାଲିଥିବା ବେଳେ ପୁଲିସ୍‌ ଅତର୍କିତ ଚଢ଼ଉ କରି ୮ ଜୁଆଡିଙ୍କୁ ଗିରଫ କରିବା ସହ ସେଠାରୁ ୨ଲକ୍ଷ ୪୪ ହଜାର ୧୦୦ ଟଙ୍କା ଜବତ କରିଛି. ଗିରଫ ୮ ଜଣଙ୍କ ବିରୁଦ୍ଧରେ ଗୁରାଣ୍ଡି ଥାନାରେ ମାମଲା ରୁଜୁ ହୋଇଛି। କିନ୍ତୁ ଏ ଜୁଆ ଖେଳର ମାଷ୍ଟର ମାଇଣ୍ଡ କିଏ ତାକୁ କାହିଁକି ପୋଲିସ ଧରୁନି ବୋଲି ସର୍ବସାଧାରଣ ରେ ଚର୍ଚ୍ଚା ହେଉଛି l