ଅବସର ପ୍ରାପ୍ତ ଶିକ୍ଷଙ୍କୁ ସମ୍ବର୍ଦ୍ଧନା..

IMG-20250709-WA0085
Share

(ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ)

 

ସମ୍ବଲପୁର(ରାଜା ରାମ ଷଡ଼ଙ୍ଗୀ)ଶିକ୍ଷା ପରି ପବିତ୍ର ଦାନ ସମ୍ଭବତଃ ଦୁନିଆରେ ଆଉ କିଛି ନାହିଁ।ଏପରି ଏଜ ପବିତ୍ର ବୃତ୍ତିକୁ ଆପଣେଇ ଶିଷ୍ୟ ମନରୁ ଅଜ୍ଞାନ ଅନ୍ଧକାରକୁ ଦୁରେଇ ଦେଇ ପାରୁଥିବା ମହାନ ବ୍ୟକ୍ତି ବିଶେଷଙ୍କୁ ଗୁରୁ ଭାବରେ ଗ୍ରହଣ କରାଯାଇଥାଏ।ତେବେ ଗୁରୁ କୌଣସି ଶରୀର ନୁହଁନ୍ତି,ଗୁରୁ ହେଉଛନ୍ତି ଏକ ସତ୍ତା ଓ ଅନୁଭବ ବୋଲି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା ସଭାରେ ଏଭଳି ମତପ୍ରକାଶ ପାଇଛି।

ଖରସନମାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ଧବଳେଶ୍ଵର ଥାପା ଙ୍କ ଅବସର ଉପଲକ୍ଷେ ଏକ ବର୍ଣ୍ଣାଢ୍ୟ ସଭା ଆୟୋଜିତ ହୋଇଥିଲା।ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ଦୀପ ଙ୍କ ସଂଯୋଜନା ରେ ହୋଇଥିବା ଏହି ସଭାରେ ଶ୍ରୀ ଥାପାଙ୍କ ଦୀର୍ଘ ବୃତ୍ତିଜୀବନ ଏବଂ ବିଦ୍ୟାଳୟ ପ୍ରତି ତାଙ୍କ ଅବଦାନ ବିଷୟରେ ପ୍ରଧାନ ଶିକ୍ଷକ ପ୍ରାରମ୍ଭରେ ସ୍ମୃତିଚାରଣ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ,ସହପାଠୀ ଶିକ୍ଷକ ବୃନ୍ଦ ଓ ଅତିଥି ମାନେ ନିଜ ଅନୁଭୂତି ଅଭିବ୍ୟକ୍ତ କରିଥିଲେ।ବିଦ୍ୟାଳୟ ପକ୍ଷରୁ ଏକ ସ୍ମୃତିଚିହ୍ନ ଓ ବିଭିନ୍ନ ଉପହାର ପ୍ରଦାନ କରାଯାଇ ଶ୍ରୀ ଥାପାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଶେଷରେ ଶ୍ରୀ ଥାପା ନିଜ ଅଭିଭାଷଣରେ ତାଙ୍କ ବୃତ୍ତିଜୀବନ ର ସଂସ୍ମୃତି ସହ ଚାଲିଥିବା ଯାତ୍ରା ଓ ବିଦ୍ୟାଳୟ ପ୍ରତି ଭାବନା ବ୍ୟକ୍ତ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହି ସଭାରେ ସୁଶାନ୍ତ ପ୍ରଧାନ,ଡାକ୍ତର ରାଜାରାମ ଷଡଙ୍ଗୀ, ଭକ୍ତବନ୍ଧୁ ପଣ୍ଡା,କୁଲୁଣ୍ଡି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବ୍ରଜ କିଶୋର ପ୍ରଧାନ,ମୁଣ୍ଡେନପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପି ରଞ୍ଜନ ନାଥ,କବରାପାଲି ୟୁଜିଏମଇ ସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ ପରିମାଣିକ,ରାଇଟର ଝାଙ୍କର,କୁମୁଦିନୀ ବେହେରା, ପ୍ରତିମା ମୁଣ୍ଡା,ସୁରେନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷାର ମହତ୍ୱହି ଏଭଳି ସଭାର ନିଦର୍ଶନ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ପ୍ରଧାନ,ଭରତ ନାଥ,କିଶୋର ପଣ୍ଡା, ତ୍ରିନାଥ ବିଶ୍ୱାଳ ମୁରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଥପାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ଦକ୍ଷତା ନେଇ ସ୍ମୃତି ଚାରଣ କରିଥିଲେ।ଶେଷରେ ବିଦ୍ୟାଳୟ ଶିକ୍ଷକ ପ୍ରଦୀପ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed