June 22, 2026

ଭୟାଭୟ ଅଗ୍ନିକାଣ୍ଡ ରେ ଜଳିଗଲା ୬ ବଖରା ଘର ନଷ୍ଟ ହେଲା ଲକ୍ଷାଧିକ ଟଙ୍କା ର ସମ୍ପତି….

gp0
Share

ଅସ୍ତରଙ୍ଗ, ଅସ୍ତରଙ୍ଗ ବ୍ଲକ ନାନପୁର ଖଣ୍ଡିବେଲାରୀ ଗ୍ରାମ ରେ କେଦାର ଲେଙ୍କା ଙ୍କ ଘରେ ଭୟାଭୟ ଅଗ୍ନିକାଣ୍ଡ, ଆଜି ମଧ୍ୟାହ୍ନ ୧୨:୩୦ ସମୟ ରେ ଅଚାନକ ନିଆଁ ଲାଗିଥିଲା, ଯେଉଁ ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି, ସୂଚନା ମୁତାବକ କେଦାର ତାଙ୍କ ବଡ଼ ପୁଅ ର ବାହାଘର ପାଇଁ ଘରେ ଟଙ୍କା ପଇସା ଅଳଙ୍କାର ରଖିଥିଲେ, ଘରେ ରୋଷେଇ ସାରି ରହିଥିବା ବେଳେ ହଟାତ ନିଆଁ ଦେଖିଥିଲେ, ସାଙ୍ଗେ ସାଙ୍ଗେ ଗ୍ରାମ ବାସୀ ଙ୍କୁ ଡାକିଥିଲେ, ଗ୍ରାମବାସୀ ଏକତ୍ରିତ ହୋଇ ନିଆଁ କୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ, ଅସ୍ତରଙ୍ଗ ଦମକଳ କୁ ଯୋଗାଯୋଗ କରିଥିଲେ କିନ୍ତୁ ଅସ୍ତରଙ୍ଗ ଦମକଳ ପହଞ୍ଚିବାରେ ଅସଫଳ ହେବାରୁ କୋଣାର୍କ ରୁ ଦମକଳ ଗାଡି ଆସିଥିଲା, କିନ୍ତୁ ଦମକଳ ଆସି ପହଞ୍ଚିବା ପରେ ଉକ୍ତ ଘରେ ସମସ୍ତ ଆସବାବ ପତ୍ର, ରୋଷେଇ ସାମଗ୍ରୀ, ଲୁଗାପଟା, ଆଲମିରା, ବ୍ୟବହୃତ ସାମଗ୍ରୀ, ଟଙ୍କା ପଇସା, ସୁନା ଅଳଙ୍କାର ସବୁ ନଷ୍ଟ ହୋଇସାରିଥିଲା,କେଦାର ଜଣେ ଚାଷୀ, ବର୍ଷକ ଭିତରେ ଅମଳ କରିଥିବା ସମସ୍ତ ଧାନ ପୋଡି ଅଙ୍ଗାର ହୋଇଯାଇଛି, କହିବାକୁ ଗଲେ ଗୃହ ଭିତରେ ମହଜୁଦ ଥିବା ଚାଉଳ ଓ ଖାଦ୍ୟ ପେୟ ସାମଗ୍ରୀ ମଧ୍ୟ ନିଆଁ ରେ ଜଳି ନଷ୍ଟ ହୋଇଯାଇଛି, ଘଟଣା ସ୍ଥଳ ରେ ଝାଲିଂ ସରପଞ୍ଚ ବୃନ୍ଦାବନ ନାୟକ ଉପସ୍ଥିତ ରହି ସ୍ଥାନୀୟ ତହସିଲଦାର, ବିଡ଼ିଓ ଓ ଅନ୍ୟ ଅଧିକାରୀ ଙ୍କୁ ସୂଚନା ଦେବା ସହ ଉକ୍ତ ପରିବାର ପାଇଁ ଖାଦ୍ୟ ପେୟ ର ଆୟୋଜନ କରିଛନ୍ତି, ତା ସହିତ କିପରି ଉକ୍ତ ଲୋକ ତାର କ୍ଷତି ପୂରଣ ପାଇବା ସେଥିପାଇଁ ପ୍ରଶାସନ କୁ ଜଣାଇଛନ୍ତି l
( ଦୁଃଶାସନ ନାୟକ,ଅସ୍ତରଙ୍ଗ)