April 30, 2026

ନିର୍ବାଚନ ର ପୂର୍ବ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ ଭୋଟର ର ସମସ୍ତ ସୁବିଧା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ଵ……..

bhubb
Share

 

ଉମରକୋଟ – ଭୋଟର ଙ୍କ ପର୍ବ ହେଉଛି ନିର୍ବାଚନ । ଭୋଟିଂ ବେଳେ ଭୋଟରକୁ କମିଶନ ଙ୍କ ନିର୍ଦ୍ଧେଶ ମୁତାବକ ଯେଉଁ ସମସ୍ତ ସୁବିଧା ରହିଛି ସେଥିରେ ଯେମିତି କୌଣସି ତୃଟି ନ ରୁହେ ସେଥି ପାଈଁ ସମସ୍ତ ସରକାରି କର୍ମଚାରୀ ଙ୍କ ଗୁରୁ ଦାୟିତ୍ଵ ବୋଲି କହିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ର। ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଉମରକୋଟ ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ବ୍ଲକ୍ ର ସମସ୍ତ ପି ଇ ଓ, ଜେଇ, ଏ ଇ, ଯୋଗାଣ ନୀରିକ୍ଷକ, ବିଦ୍ୟୁତ୍ ବିଭାଗ ର ଏସଡିଓ ଓ ଜେଇ ଓ ପ।ନୀୟ ଜଳ ଯୋଗାଣ ବିଭାଗ ର ଏଇ ଓ ଜେଇ ଙ୍କୁ ନେଇ ପ୍ର।କ ନିର୍ବାଚନ ପ୍ରସ୍ତୁତି ବୈଠକ ରେ ଏହି ପରାମର୍ଶ ଦେଇଛନ୍ତି।। ଆଜି ଠାରୁ ସମସ୍ତ ସେକ୍ଟର ଅଫିସର, ବ୍ଲକ୍ ର ସମସ୍ତ ଜେ ଇ, ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ର ଯନ୍ତ୍ରୀ ମାନେ ଉମରକୋଟ ର ସମସ୍ତ ବୁଥ କୁ ଯାଇ ସମସ୍ତ କାର୍ଯ୍ୟ ସରିଛି କି ନାହିଁ ବିଶେଷ କରି ବୁଥ ରେ ପାନୀୟ ଜଳ, ବିଦ୍ୟୁତ୍, ରେମ୍ପ, ପାନୀୟ ଜଳ, ପରିସ୍ରା ଗାର ଠିକ୍ ଭାବେ ପ୍ରସ୍ତୁତ ହେଇଛି କି ନାହିଁ ଏହାର ତଦାରଖ କରିବା ପାଇଁ ଆଜି ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି।। ଭୋଟରକୁ ଯେମିତି
କୌଣସି ଅସୁବିଧା ହେବ ନାହିଁ ସେଥିପାଇଁ ଉପସ୍ଥିତ ଅଧିକାରି ମାନଙ୍କୁ ନିର୍ଦ୍ଧେଶ ଦେଈ ଥିଲେ ଜିଲ୍ଲାପାଳ। ଆଜିର ଏହି ବୈଠକ ରେ ଜିଲ୍ଲାପାଳ ଙ୍କ ସହ ଉମରକୋଟ ବିଡ଼ିଓ ପ୍ରୀତି ରଂଜନ ରଥ, ଏଇଈ ସଂକେତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed