May 19, 2024

ଛାତ୍ର ଓ ଯୁବ ବିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ…

Share

                            ୧- କିଏ ହେବ ପାରାଦୀପ ବିଧାୟକ ପ୍ରାଥି ୨- କାହା ମୁଣ୍ତରେ କଳସ ଢାଳିବେ ନବୀନ ୩- ଦିନକୁ ଦିନ ଦେଖିବାକୁ ମିଳୁଛି ପାରାଦୀପ ବିଜେଡି ରେ କନ୍ଦଳ ୪- କେବେ ହେବ ଅନ୍ତ ତାହା ଅପେକ୍ଷାରେ ପାରାଦୀପ ନିର୍ବାଚନ ମଣ୍ଡଳୀ ଏଭଳି ବିରୋଧୀ ଓ ସପକ୍ଷ ବିଜେଡି କର୍ମୀ ଦେଖିବାକୁ ମିଳୁଛି ପାରାଦୀପ ନିର୍ବାଚମଣ୍ଡଳୀରେ। ବିଭିନ୍ନ ଜାଗାରେ ଅନେକ ବିଜେଡି କର୍ମୀ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କିମ୍ବା ତାଙ୍କ ପରିବାରକୁ ବିରୋଧ କରି ବିଧାୟକ ଙ୍କୁ ଅଯୋଗ୍ୟ ଘୋଷିତ କରିବା ସହ ତାଙ୍କ ପରିବାରକୁ ଟିକେଟ ମିଳିଲେ ଆମେ ସମୂହ ଦଳ ଚାଡ଼ିବା ସହ ଧୂଳି ଚଟେଇ ଦେବୁ ବୋଲି ସପତ ନେଇଥିବା ବେଲେ ତାର ପାଲଟା ଜବାବ ରଖିଛନ୍ତି ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ଯୁବ କର୍ମକର୍ତ୍ତା ମାନେ। ଗତ କାଲି ସନ୍ଧ୍ୟାରେ କୁଜଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷ ରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଯେଉଁ ମାନଙ୍କୁ ଦିନେ ବିଧାୟକ ଗଡ଼ିଥିଲେ , ସେମାନେ ଆଜି ଏଭଳି ସମାଲୋଚନା କରୁଛନ୍ତି। ସେମାନେ ତାଙ୍କ ଅତୀତକୁ ମନେ ପକାଇବା ଆବଶ୍ୟକ ବୋଲି ନିର୍ବାଚନ ମଣ୍ଡଳୀ ଯୁବ ବିଜୁ ଜନତା ଦଳର ସଭାପତି ମାନଭଞ୍ଜନ ମଲ୍ଲ କହିଥିବା ବେଳେ ଦଳୀୟ ଶୃଙ୍ଖଳା ଓ ଅନୁଶାସନକୁ ଅମାନ୍ୟକରି ବାରମ୍ବାର ଦଳର ନେତାଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଉଥିବା ବିଜେଡି ବିରୋଧୀ ଗୋଷ୍ଠୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ, ୫- ଟି ଅଧ୍ୟକ୍ଷ, ସଂଗଠନ ସମ୍ପାଦକ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ନିକଟକୁରେ ଦାବି କରିଛନ୍ତି କୁଜଙ୍ଗ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଅରୁପ୍ରସାଦ ମହାନ୍ତି। ଏହି କାର୍ଯ୍ୟକ୍ରମରେ ପାରାଦୀପ ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ର ଜନତା ଦଳର ସଭାପତି ବାପୁଜୀ ବେହେରା, କୁଜଙ୍ଗ ବ୍ଲକ ଛାତ୍ର ବିଜୁ ଜନତା ଦଳର ସଭାପତି ମହେଶ୍ୱର ଦାସ, କୁଜଙ୍ଗ ବ୍ଲକ ସମିତି ସଭ୍ୟ ସଂଘ ସଭାପତି ସତ୍ୟବାନ ମୁଦୁଲି, ନିରଞ୍ଜନ ନାୟକ, ପ୍ରଭାସ ଦାସ, ଆଶିଷ ନାୟକ, ଦୀପକ ଦାସ, ସୁଧାଂଶୁ ଶେଖର ବେହେରା, ପଙ୍କଜ ସାହୁ ରଜକିଶ୍ଵର ପତି ପ୍ରମୁଖ ଉପସ୍ଥିତ ରହି ବିଧାୟକ ସମ୍ବିତ ରାଉତରାୟ ଟିକେଟ ପାଇଲେ ୪୦ହଜାର ରୁ ଉର୍ଦ୍ଧ ଭୋଟ ଦେଇ ଜିତାଇ ବିଧାନ ସଭା କୁ ପଠାଇବା ସହ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବୁ ବୋଲି ମତ ପ୍ରକାଶ କରିଛନ୍ତି। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )