May 19, 2024

ବୁଗୁଡ଼ା ସହର ଓ ବାଲିପଦର ଗାଁରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ…

Share


ବୁଗୁଡା : ତା ୦୯/୦୪/୨୪ : ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ନିର୍ବାଚନ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲକ୍ଷ୍ୟରେ ବୁଗୁଡା ପୋଲିସ ପକ୍ଷରୁ ଆଜି ମଙ୍ଗଳବାର ସନ୍ଧ୍ୟାରେ ସହର ଏବଂ ବାଲିପଦର ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ବୁଗୁଡା ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତିଙ୍କ ତତ୍ତ୍ବାବଧାନରେ ସଂଗଠିତ ଉକ୍ତ ଫ୍ଲାଗ୍ ମାର୍ଚ୍ଚ କାର୍ଯ୍ୟକ୍ରମରେ ଏସଆଇ ସମୀର କୁମାର ସେଠୀ , ବିନାୟକ ବିଧାର ଓ ଜ୍ଯୋତିଶ୍ରୀ ସାହୁ , ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରାଙ୍କ ସମେତ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ଏଥିରେ ସାମିଲ ଥିଲେ । ଓଡିଶାରେ ୪ଟି ପର୍ଯ୍ଯାୟରେ ନିର୍ବାଚନ ହେବାକୁ ଥିବାବେଳେ ଆସିକା ସଂସଦୀୟ କ୍ଷେତ୍ରରେ ଦ୍ବିତୀୟ ପର୍ଯ୍ଯାୟ ଅର୍ଥାତ୍ ମେ ୨୦ ତାରିଖରେ ସାଧାରଣ ନିର୍ବାଚନ ହେବ । ବୁଗୁଡା ସହରର ବିଭିନ୍ନ ଓ୍ବାର୍ଡରେ ଏବଂ ବାଲିପଦର ଗ୍ରାମରେ ପୋଲିସ ପକ୍ଷରୁ ଏଭଳି ଫ୍ଲାଗ୍ ମାର୍ଚ୍ଚ ସାଙ୍ଗକୁ ଡାକବାଜି ଯନ୍ତ୍ର ଯୋଗେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରାଯିବା ନେଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।