May 10, 2026

ନଦୀରେ ଗଧୋଉଥିବା ବେଳେ ନାବାଳକ ନିଖୋଜ ଘଟଣା, ଉଦ୍ଧାର ହେଲା ମୃତଦେହ

IMG-20250309-WA0051
Share

 

 

ବାଲେଶ୍ଵର(ଶେଖ୍ ନଜିମ୍): ଟାଉନ ଥାନା ଅନ୍ତର୍ଗତ ନୁରପୁର ରୋଡ଼ ଠାରେ ଗତ ୨ତାରିଖରେ ତିନି ଜଣ ସାଙ୍ଗ କସବା ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ପଥର ବନ୍ଧ ଠାରେ ବୋହିଯାଉଥିବା ବୁଢ଼ାବଳଙ୍ଗ ନଦୀରେ ଗାଧୋଇବାକୁ ଯାଇଥିଲେ । ନୁରପୁର ରୋଡ଼ ଅଂଚଳର ପର୍ବେଜ ଆଲମଙ୍କ ପୁଅ ମନସୁର୍ ଆଲମ(୧୩) ଗାଧୋଉଥିବା ବେଳେ ନଦୀରେ ବୁଡ଼ି ଯାଇଥିଲେ । ତେବେ ସୋମବାର ବିଳମ୍ବିତ ରାତିରେ ମନସୁରଙ୍କ ମୃତଦେହ ପରମିଟ୍ ଘାଟ ନିକଟସ୍ଥ ପଥର ବନ୍ଧ ଠାରେ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ବାସିନ୍ଦା ଏବଂ ପରିବାର ଲୋକେ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ଏନେଇ ପରିବାର ଲୋକେ ପୋଲିସ୍ କୁ ଖବର ଦେବା ପରେ ପୋଲିସ ମେଡିକାଲରେ ପହଁଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିଲା। ମଙ୍ଗଳବାର ସକାଳେ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୨ତାରିଖରେ ତିନି ଜଣ ସାଙ୍ଗ କସବା ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ବୁଢ଼ାବଳଙ୍ଗ ନଦୀକୁ ସକାଳ ୧୧ଟା୩୦ମିନିଟ ସମୟରେ ଗଧୋଇବାକୁ ଯାଇଥିଲେ । ଏପରିକି ସେମାନେ ପଥର ବନ୍ଧ ଉପରେ ଗାମୁଛା ଓ ଚପଲ ରଖି ଗାଧୋଉଥିଲେ । ଅସାବଧାନତା ହେତୁ ମନସୁର ନଦୀରେ ବୁଡ଼ି ଯାଇଥିଲେ । ଏହା ଦେଖି ତାଙ୍କର ଅନ୍ୟ ସାଙ୍ଗମାନେ ସେଠାରୁ ପଳାଇଆସି ତାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ଦମକଳ ବାହିନୀକୁ ଖବର ଦେବା ପରେ ସେଠାରେ ପହଁଚି ନଦୀମଧ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ. ।