ଉମରକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ୨୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ………..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ନବରଙ୍ଗପୁର ଜିଲ୍ଲା ଉମରକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ୨୪ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ଶ୍ରୀ ଅରବିନ୍ଦ ଯୋଗ ମନ୍ଦିର ଠାରେ ଧ୍ୟାନ କରାଯାଇଥିଲା ସକାଳ ୬ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ମାଁ ନାମ ଜପ କରାଯାଇଥିଲା ।ପରେ ସକାଳ ୭.୧୫ ସମୟରେ ମାର୍ଚ୍ଚପାଷ୍ଟ କରିବା ସହ ଚଢେଇଗୁଡା ଉନ୍ନତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତ ଭାରତର ଆଧ୍ୟାତ୍ମିକ ପତକା ଉତ୍ତୋଳନ କରିଥିଲେ । ପରେ ସନ୍ଧ୍ୟା ଅଧିବେଶନ ରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦେବେନ୍ଦ୍ର ନାୟକ ମଞ୍ଚ ପରିଚାଳନା ସହ ଅତିଥି ପରିଚୟ କରିଥିଲେ। ଜିତେନ୍ଦ୍ର ସେଠୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ , ସମ୍ମାନିତ ଅତିଥି ଭାବେ କୋଟପାଡ଼ ର ଅତିରିକ୍ତ ତହସିଲଦାର କୁମାରୀ ଗୀତାଞ୍ଜଳି ଗଣ୍ଡ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବାଘ , ମୂଖ୍ୟ ବକ୍ତା ଭାବେ ଖାତି ଗୁଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଗବେଷକ ସୋନ୍ତଷ କୁମାର ଗାହାଣ ଓ ଅନୁଷ୍ଠାନର ସଭାପତି ଗୀତାଞ୍ଜଳି ଦାସ ଯୋଗଦେଇ ଥିବା ବେଳେ ଅତିଥି ମାନେ ଅଭିଭାଷଣରେ ଶିକ୍ଷା ଦର୍ଶନ ଓ ଅଭିଭାବକ ମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନ ର ସମସ୍ତ କର୍ମ କର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମସ୍ତ କାର୍ଯ୍ୟ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ । ସମସ୍ତ ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ଶେଷରେ ବିଦ୍ୟାଳୟ ର ସମ୍ପାଦକ ଜିତେନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ। ହେନା ବାଘେଲ ଓ ଶ୍ରୀ ଅରବିନ୍ଦ ଯୁକ୍ତ ଦୁଇ ବିଜ୍ଞାନ ଓ କଳା ଉଚ୍ଚ ବିଦ୍ୟାଳୟର ଅଧକ୍ଷ ପ୍ରକାଶ ଚନ୍ଦ୍ର ବେହେରା , ମୁଖ୍ୟ ପରିଚାଳକ ହିତେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ। ଅନାମ ଚରଣ ନାୟକ। ପଙ୍କଜ ସୁନାନୀ। ଇତିଶ୍ରୀ ନାୟକ , ଲଳିତା ମାଝୀ , ଉର୍ମିଳା ଗଣ୍ଡ,ବିଷ୍ଣୁପ୍ରିୟା ପାତ୍ର,ମୋହନଲାଲ ତୋଲତିଆ , ତୋଭା ମାଝୀ, ରାଜମଣି ଗଣ୍ଡ, ଲଳିତା ଭୋଇ, ବିଳାସିନୀ ବାଘ୍, ମଧୁସ୍ମିତା ପାତ୍ର, ବାଲମତି ପୂଜାରୀ , ସଞ୍ଜୁ ମାଝୀ,ଶଶାଙ୍କ ପଟ୍ଟନାୟକ ଓ ମିଥଲେସ ଗଣ୍ଡ, କେଶ୍ୱରି ବେହେରା ଦୀପା ରାଣୀ ପାତ୍ର ଓ ମାଳତୀ ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।।
