ଉମରକୋଟ ବ୍ଲକ ସ୍ଥିତ ପି ଏମ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ପ୍ରଥମ……….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜ଼ିଲ୍ଲା ସ୍ତରୀୟ ସୁରଭି ଓ ଆଦର୍ଶ ପାର୍ଲିଆମେଣ୍ଟ ପ୍ରତିଯୋଗିତା ରେ ଅନୁଷ୍ଠିତ ପ୍ରଦର୍ଶନୀ ରେ ଉମରକୋଟ ବ୍ଲକ ସ୍ଥିତ ପି ଏମ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବକୋଦା ପ୍ରଥମ ସ୍ଥାନ ଅଧିକାର କରିଛି। ଗତ କାଲି ସାଇ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ଏହି ଅନୁଷ୍ଠାନ କୁ ସିକିମ ରାଜ୍ୟ ର କଳା, ସଂସ୍କୃତି, ପୋଷାକ, ଜୀବନୀ ଦର୍ଶନୀୟ ସ୍ଥାନ ଓ ଖାଦ୍ୟ କୁ ନେଇ ଏହି ପ୍ରଦର୍ଶନୀ ଜ଼ିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରି ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ଦେଇ ଅନୁଷ୍ଠାନ ର ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ଙ୍କୁ ପୁରସ୍କୃତ କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କେଶବ ମେହେର ଓ ଜ଼ିଲ୍ଲା ର ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ଉପସ୍ଥିତ ଥିଲେ। ଅନୁଷ୍ଠାନ ର ଛାତ୍ରୀ ମୋନିକା ମଣ୍ଡଳ ଓ ମିଷ୍ଟି ଦାସ ଏହି ପ୍ରକଳ୍ପ ପ୍ରଦର୍ଶନ କରିଥିବା ବେଳେ ଅନୁଷ୍ଠାନ ର ଶିକ୍ଷକ ଶ୍ରୀ ନରେନ୍ଦ୍ର ହରିଜନ, ଶ୍ରୀ ସଚିଦାନନ୍ଦ ମହାପାତ୍ର, ଶ୍ରୀ କରୁଣା କର ମାଝୀ, ଶ୍ରୀ ନିଖିଳ ଚନ୍ଦ୍ର ବିଶ୍ୱାସ, ଶ୍ରୀ ସୁଧାଂଶୁ ଶେଖର ସାହୁ, ଶ୍ରୀ ଶିବ ଶଙ୍କର ପତି, ଶ୍ରୀ ଉତ୍ତମ ଦାସ, ଶ୍ରୀ ଦେବ କୁମାର ଦେ, ଏମ ଡି ସରଫରାଜ, ଶ୍ରୀ ନୀଳମ୍ବର ଯାନୀ, ଶ୍ରୀ ପ୍ରଦୀପ ରାଉତ, ଶ୍ରୀ ଜନ୍ମେଜୟ ପ୍ରସାଦ ସାହୁ, ଶ୍ରୀ ଦୈମନ ଭତ୍ରା, ଶ୍ରୀ ସଂଜିତ କୁମାର ସ୍ୱାଇଁ,ଶ୍ରୀ କୋଲିନ ଦାସ,ଶ୍ରୀମତୀ ସାଗରୀକା ବୈଦ୍ୟ, କୁମାରୀ ଅପର୍ଣ୍ଣା ଗୁରୁ ସମ୍ପୂର୍ଣ ସହଯୋଗ କରିଥିଲେ।ଅନୁଷ୍ଠାନ ର ଏହି ସଫଳତା ପରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ, ସି ଆର ସି ସି ଶ୍ରୀ ବୈଷ୍ଣବ ଚରଣ ସେଠି, ପରିଚାଳନା କମିଟି ସଭାପତି ଶ୍ରୀ ଘାସିଆ ପୂଜାରୀ, କମିଟି ସଭ୍ୟ ଓ ସଭ୍ୟା ଓ ଗ୍ରାମବାସୀ ମାନେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
