April 29, 2026

କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଅନିୟମିତତା ଉପରେ ସଞ୍ଜୟ କଲେ ସାମ୍ବାଦିକ ସମ୍ମିଳନୀ

IMG-20260429-WA0056
Share

 

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ବିଡ଼ିଓ ଦୁର୍ନୀତିରେ ଲିପ୍ତ ।ସେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ କାର୍ଯ୍ୟ କରୁଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ଉପ ସଭାପତି ସଞ୍ଜୟ ଦାସ ବର୍ମା।କୃଷ୍ଣପ୍ରସଦ ବ୍ଲକ ଅନ୍ତର୍ଗତ ଚିଲିକା ଅଞ୍ଚଳର ପ୍ରତିନିଧିମାନେ ଗ୍ରାମସଭା ପାଣ୍ଠିର ଅପବ୍ୟବହାର, ବାତ୍ୟା ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣରେ ଅନିୟମିତତା ଏବଂ ଅଙ୍ଗନବାଡ଼ି ଗୃହ ନିର୍ମାଣରେ ହୋଇଥିବା ଆର୍ଥିକ ଅନିୟମିତତା ସମ୍ପର୍କରେ ଆଜି ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି।ଜିଲ୍ଲାପାଳ ଏକ ଅଫିସର ସ୍ତରୀୟ କମିଟି ଗଠନ କରି ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।କୃଷ୍ଣପ୍ରସାଦ ଦ୍ଵୀପାଞ୍ଚଳ ସମସ୍ୟା ବହୁଳ ବ୍ଲକ।ପଞ୍ଚାୟତରାଜ ବ୍ୟବସ୍ଥାରେ ଗ୍ରାମସଭା ଓ ପଲ୍ଲୀ ସଭା ମାଧ୍ୟମରେ ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀ ତାଲିକା ପ୍ରସ୍ତୁତ ହୋଇଥାଏ ।କିନ୍ତୁ କୃଷ୍ଣପ୍ରସାଦ ବ୍ଲକରେ ଏହାର ବ୍ୟତିକ୍ରମ ଘଟି ନିର୍ଦ୍ଧିଷ୍ଟ ଏକ ରାଜନୈତିକ ଦଳ ଚାପରେ ଅଯୋଗ୍ୟ ହିତାଧିକାରୀଙ୍କ ଆଉ ଏକ ତାଲିକା ପ୍ରସ୍ତୁତ କରାଯାଇଛି।ଫଳରେ ୩୭୬ ଜଣ ଯୋଗ୍ୟ ହିତାଧିକାରୀ ଅନ୍ତୋଦୟ ଗୃହ ଯୋଜନା ରେ ସାମିଲ ହୋଇପାରିନାହାନ୍ତି।ସେହିପରି ବାତ୍ୟା ଆଶ୍ରୟ ଯୋଜନା ୩୯ଟି ବାତ୍ୟା ଆଶ୍ରୟସ୍ଥଳର ମେଣ୍ଟେନାନ୍ସ ପାଇଁ ସରକାର ₹୫,୫୦,୦୦୦ ରୁ ₹୬,୦୦,୦୦୦ ଟଙ୍କା ପଠାଇଥିଲେ । କିନ୍ତୁ ସେହି ଟଙ୍କାକୁ ବିଭିନ୍ନ କାର୍ଯ୍ୟରେ ବିଭକ୍ତ କରାଯାଇଛି।ରଙ୍ଗ ପାଇଁ ୪ ଲକ୍ଷ ଓ ଇନଭର୍ଟର, ବାରଲାଇଟ୍ ଏବଂ ଫ୍ୟାନ ଥୁଆ ହୋଇ ୧.୫ ରୁ ୨ ଲକ୍ଷ ଟଙ୍କାର ବିଲ ହୋଇଛି।ବିଡ଼ିଓଙ୍କ ଏଭଳି କାର୍ଯ୍ୟକଳାପ ଓ ଦୁର୍ନୀତି ବିରୁଦ୍ଧରେ ଆଇନଗତ ପଦକ୍ଷେପ ପାଇଁ ସଞ୍ଜୟ ଦାସ ବର୍ମା ଦୃଢ ପ୍ରତିଶୃତି ନେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l