*ପୁରୀ ଜିଲ୍ଲାରେ କଳିଙ୍ଗେଶ୍ୱରୀ ବିଦ୍ୟାପୀଠର ଗୌରବମୟ ମୁକ୍ତା ଜୟନ୍ତୀ ମହାସମାରୋହରେ ପାଳିତ

IMG-20260429-WA0055
Share

 

ପୁରୀ ଜିଲ୍ଲାର ବିଜୟ ରାମଚନ୍ଦ୍ରପୁର ସ୍ଥିତ ଏକ ଅଖ୍ୟାତ ପଲ୍ଲୀରେ ଅବସ୍ଥିତ ହେଉଥିଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ନିଜସ୍ୱ ପରିଚୟ ସୃଷ୍ଟି କରିଥିବା କଳିଙ୍ଗେଶ୍ୱରୀ ବିଦ୍ୟାପୀଠର ଗୌରବମୟ ମୁକ୍ତା ଜୟନ୍ତୀ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି।

ଏହି ଦୁଇଦିନିଆ ମହାସମାରୋହ କଳିଙ୍ଗେଶ୍ୱରୀ ବିଦ୍ୟାପୀଠ ଓ ବିଜୟ ରାମଚନ୍ଦ୍ରପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ବର୍ତ୍ତମାନ ଓ ପ୍ରାକ୍ତନ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନଙ୍କ ସହ ସପରିବାର ଉପସ୍ଥିତି ଏହି ଉତ୍ସବକୁ ଆହୁରି ଉଜ୍ଜ୍ୱଳ ଓ ସ୍ମରଣୀୟ କରିଥିଲା।

ପୁରାତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର କର ଏବଂ ବର୍ତ୍ତମାନ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ

ଙ୍କ ମାର୍ଗଦର୍ଶନରେ ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଭାଗୀତାରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ପରିଚାଳିତ ହୋଇଥିଲା।

ଏହି ଅବସରରେ ବହୁ ଗରିମାମୟ ଅତିଥିମାନେ ଉପସ୍ଥିତ ରହି ତାଙ୍କର ମୂଲ୍ୟବାନ ଅଭିଭାଷଣ ଦେଇଥିଲେ। ସେମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଦେବବ୍ରତ ନାୟକ (ପ୍ରତିଷ୍ଠାତା, ଦେବଯୋଗ ପରିବାର), ଡ଼. ଉପେନ୍ଦ୍ର ସାହୁ (ଅବସରପ୍ରାପ୍ତ ଅଧ୍ୟକ୍ଷ), ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାନ୍ତି (ଉପସଭାପତି, ସର୍ବ ଭାରତୀୟ ବିଦ୍ୟାଳୟ ଶିକ୍ଷକ ମହାସଂଘ), ଶ୍ରୀଯୁକ୍ତ ସୁକାନ୍ତ କୁମାର ବେହେରା (ସାଧାରଣ ସମ୍ପାଦକ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ) ଉପସ୍ଥିତ ଥିଲେ। ତଦୁପରି ଡ଼. ଅନ୍ତର୍ଯ୍ୟାମୀ ସାହୁ (ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ୱର), ପ୍ରଫେସର ବସନ୍ତ କୁମାର ମିଶ୍ର (ପରୀକ୍ଷା ନିୟନ୍ତ୍ରକ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ), ଡ଼. ସରୋଜ କାନ୍ତ ଚୌଧୁରୀ (ଅଧ୍ୟକ୍ଷ, ରାଜଧାନୀ ମହାବିଦ୍ୟାଳୟ, ଭୁବନେଶ୍ୱର), ଡ଼. ରବିନାରାୟଣ ସାହୁ (ଅବସରପ୍ରାପ୍ତ ପ୍ରାଧ୍ୟାପକ, ପ୍ରାଣନାଥ ମହାବିଦ୍ୟାଳୟ, ଖୋର୍ଦ୍ଧା) ମଧ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହା ସହ ପ୍ରଫେସର ବିନାୟକ ରଥ (ପ୍ରାକ୍ତନ କୂଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ), ଶ୍ରୀଯୁକ୍ତ କେ. ରବି କୁମାର (ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡ଼ାବିତ), ଶ୍ରୀଯୁକ୍ତ ଜୟଦେବ ଦାସ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଆବସେକ, ମାଲେସିଆ), ଶ୍ରୀଯୁକ୍ତ ଶଙ୍କର କୁମାର ସୁବୁଦ୍ଧି (ସଂପାଦକ, ଶିକ୍ଷା ପ୍ରଦୀପ, ଓଷ୍ଟା) ଓ ଶ୍ରୀଯୁକ୍ତ ନିରଞ୍ଜନ ନାୟକ (ପ୍ରଯୋଜକ) ମଧ୍ୟ ଉପସ୍ଥିତ ରହିଥିଲେ।

ଅତିଥିମାନେ ତାଙ୍କ ଅଭିଭାଷଣରେ ଶିକ୍ଷାର ମୂଲ୍ୟ, ଶିକ୍ଷକ-ଛାତ୍ର ସମ୍ପର୍କର ଗୁରୁତ୍ୱ ଓ ଏପରି ମିଳନୀ ଉତ୍ସବ ମାଧ୍ୟମରେ ସଂସ୍ଥାର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ମତ ପ୍ରକାଶ କରିଥିଲେ।

ଏହି ମୁକ୍ତା ଜୟନ୍ତୀ ଉତ୍ସବ କେବଳ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ନୁହେଁ, ବରଂ ପ୍ରାୟ ୩୮ ବର୍ଷ ଧରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଅବିଚ୍ଛିନ୍ନ ସମ୍ପର୍କର ଜୀବନ୍ତ ଦଳିଲ୍ ରୂପେ ପ୍ରତିଷ୍ଠିତ ହୋଇଥିଲା।

ଶେଷରେ ସମସ୍ତ ଅତିଥି, ଅଭିଭାବକ, ପ୍ରାକ୍ତନ ଛାତ୍ର କ୍ୟାପଟେନ ବିଜୟ କୁମାର ରାଉତ ,ନିରଞ୍ଜନ ପ୍ରଧାନ, କରୁଣାକର ଭୋଳ ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇ ଉତ୍ସବର ସଫଳ ସମାପ୍ତି ଘଟିଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ