April 29, 2026

ଷୋହଳପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

IMG-20260429-WA0029
Share

 

ଲାଞ୍ଜିଗଡ଼, ୨୮ [୪(ପୁରନ୍ଦର ଦଣ୍ଡସେନା):

ଲାଞ୍ଜିଗଡ଼ ବ୍ଲକ ବସନ୍ତପଡ଼ା ପଞ୍ଚାୟତର

ବସନ୍ତପଡ଼ାରେ ଷୋହଳପ୍ରହର ନାମଯଜ୍ଞ ପାଇଁ ଭବ୍ୟ କଳସ

ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି। ବସନ୍ତପଡ଼ା ପ୍ରହରୀ ମଣ୍ଡପ

ପରିସରରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ ଆୟୋଜନ କରାଯାଇଛି |ମଙ୍ଗଳବାର ସନ୍ଧ୍ୟାରେ ସିନ୍ଧି ବାହାଲି ପୋଖରୀରୁ ଜଳ ସଂଗ୍ରହ କରି କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଓ ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ମାଳିଙ୍କ ତତ୍ତ୍ଵାବଧାନରେ ଆୟୋଜିତ କଳସ ଶୋଭାଯାତ୍ରା ଶତାଧିକ ଭକ୍ତ ସାମିଲ ହୋଇଥିଲେ I କର୍ଭା ଭାବେ ରାଜେନ୍ଦ୍ର ମାଳି ଓ ଧର୍ମପତ୍ନୀ ପୂଲସ୍ତି ମାଳି, ସହକର୍ତ୍ତା ଭାବେ ଭୁଜେନ୍ଦ୍ର ନାଏକ ଓ ଧର୍ମପତ୍ନୀ ଭଗବତୀ ନାଏକ ଦାୟିତ୍ବ ତୁଲାଉଥ‌ିବା ବେଳେ ପୂଜକ ଭାବେ କୈଳାସ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ଦାସ, ନିରଜ କୁମାର ଦାସ, ସନ୍ତୋଷ କୁମାର ଆଚାର୍ଯ୍ୟ, ମନିସ କୁମାର ମିଶ୍ର ପ୍ରମୁଖ ଦାୟିତ୍ବ ତୁଲାଉଛନ୍ତି I ପ୍ରହରୀ କମିଟି ଉପ ସଭାପତି ଭୁଜେନ୍ଦ୍ର ନାୟକ, ସମ୍ପାଦକ ପ୍ରଫୁଲ୍ଲ ନାୟକ, ବସନ୍ତପଡ଼ା ଗୌନ୍ତିଆ ଚିରଞ୍ଜନ ନାୟକ, ଦେବେନ୍ଦ୍ର ମାଳି, ଅନନ୍ତ ନାଗ, ସୁରେନ୍ଦ୍ର ମାଝୀ, ଦୁଷ୍ମନ୍ତ ମାଳି, ପର୍ଶୁରାମ ନାଏକ, ଜୟସେନ ମାଳି, ଚନ୍ଦନ ମାଳି, ଧନଞ୍ଜୟ ନାୟକ, କନ୍ତୁକ ମାଳି, ଛବୀଲାଲ ନାଏକ, ଭକ୍ତ ନାଏକ ପ୍ରହରୀ ନାମଯଜ୍ଞ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ବସନ୍ତପଡ଼ା ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର*