June 20, 2026

ହରିଡ଼ାପାଟୁରେ ଜ୍ୱର ଆତଙ୍କ ଘଟଣା  ଖବର ପ୍ରସାରଣ ପରେ ଗ୍ରାମରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ..

IMG-20251108-WA0070
Share

 

ଚିକିଟି, ସୁଭଶ୍ରୀ ପ୍ରଧାନ ୦୮/୧୧ /୨୦୨୫

ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ହରିଡ଼ାପାଟୁ ଗ୍ରାମରେ ପ୍ରାୟ ଦଶ ଦିନ ହେଲା ଜ୍ୱର ଆତଙ୍କ ଦେଖାଦେଇଥିବା ଅଭିଯୋଗ ଆସିବା ପରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲା। ଉକ୍ତ ଗ୍ରାମରେ ପ୍ରଥମେ କିଛି ବ୍ୟକ୍ତିଙ୍କୁ ଥଣ୍ଡା, କାଶ ସହ ଜ୍ୱର ହୋଇଥିବା ବେଳେ ଏବେ ଗ୍ରାମର ପ୍ରାୟ ୧୫ ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଜ୍ୱର, ଥଣ୍ଡା, କାଶ ହୋଇଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ଫଳରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଦଳ ଗ୍ରାମରେ ପହଞ୍ଚି ଚିକିତ୍ସା କରିବା ସହ ରକ୍ତ ପରୀକ୍ଷା କରାଯାଇ ନମୁନା ସଂଗ୍ରହ କରାଯାଇଛି। ଜ୍ୱର ଥଣ୍ଡା କାଶ ରେ ଆକ୍ରାନ୍ତ ରୋଗୀ ମାନଙ୍କୁ ମାଗଣା ଔଷଧ ଦିଆଯାଇଥିବା ବେଳେ ପାଣିକୁ ଫୁଟାଇ ପିଇବା ଓ ମଶାରୀ ଟାଙ୍ଗୀ ଶୋଇବା ଓ ଔଷଧ ସେବନ କରିବା ପାଇଁ ସ୍ବାସ୍ଥ୍ୟ ଟିମ୍ ପରାମର୍ଶ ଦେଇଛନ୍ତି। ଡାକ୍ତର ସମ୍ବିତ ବେଗରାଇ ଙ୍କ ତତ୍ଵାବଧାନ ରେ ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ୍ ହରିଡ଼ାପଟୁ ଗ୍ରାମ ରେ ପହଞ୍ଚିଥିଲେ।ସ୍ୱାସ୍ଥ୍ୟ କର୍ମୀ ଓ ମ୍ୟାଲେରିଆ ସୁପରଭାଇଜର ଏବଂ ସି . ଏଚ . ଓ ସମସ୍ତ ପରିଦର୍ଶନ ଓ ସ୍ୱାସ୍ଥ୍ୟ ସେବା ନିମନ୍ତେ ଯାଇ ଚିକିତ୍ସା କରିବା ସହ ସ୍ୱାସ୍ଥ୍ୟ ସଚେତନ ଓ ଟାଟା ଷ୍ଟିଲ ଟ୍ରଷ୍ଟ ଦ୍ୱାରା ପ୍ରଦତ୍ତ ମଶାରୀ ଗ୍ରାମବାସୀ ଙ୍କୁ ବଣ୍ଟନ କରିଥିଲେ।

You may have missed