ବରାହଗୋଡା ଟୋଲ ପ୍ଲାଜା ରେ ରକ୍ତ ଦାନ ଶିବିର
ବରଗଡ,
ବରଗଡ ସ୍ଥିତ ବରାହଗୋଡା ଟୋଲ ପ୍ଲାଜା ଠାରେ ମେପଲ, ଓଡିଶା ରକ୍ତ ଦାତା ମହାସଂଘ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମେପଲ ର ଲାଇଜିନିଂ ମ୍ୟାନେଜର ସୁବାସ ବାରିକ, ଏଚ ଆର ଅକ୍ଷୟ କୁମାର ସାହୁ, ପ୍ଲାଜା ମ୍ୟାନେଜର ରମେଶ ବୋରକର ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରେ ପ୍ଲାଜା ରେ କାମ କରୁଥିବା କର୍ମଚାରୀ ମାନେ ଉତ୍ସାହ ର ସହ ରକ୍ତ ଦାନ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୧୭ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ବରଗଡ଼ ରକ୍ତ ଭଣ୍ଡାର ଅଧିକାରୀ ହରେକୃଷ୍ଣ ଦୁଆନ ଉପସ୍ଥିତ ଥିଲେ। ଏହି ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ଓ ସହଯୋଗୀ ଶୁଭେଚ୍ଛୁ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
