October 8, 2026

ପ୍ରଧାନ ଶିକ୍ଷକଙ୍କ ସମ୍ବଦ୍ଧନା ଉତ୍ସବ ଅନୁଷ୍ଠିତ..

IMG-20261008-WA0013
Share

 

 

ବୋଲଗଡ଼(ମାନସ ରଞ୍ଜନ କର)ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଖଉରୁଣୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଶିକ୍ଷକ ନିରଞ୍ଜନ ସାହୁଙ୍କ ପୌରହିତ୍ୟ ଓ ମନମୋହନ କହଲସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇvଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ମୁଖ୍ୟ ଅତିଥି,ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ମହାନ୍ତି ମୁଖ୍ୟବକ୍ତା,ବିଭୂତି ଭୂଷଣ ମହାପାତ୍ର,ଗୋକୁଳ ଚନ୍ଦ୍ର ବଳବନ୍ତରାୟ,ଲଚ୍ଛମନ ପରିଡ଼ା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସନାଥ ସ୍ୱାଇଁ, ନିରଞ୍ଜନ ନାୟକ,ବୋଲଗଡ଼ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମଚରଣ ବେହେରା,ପ୍ରାକ୍ତନ ପ୍ରଧାନ ଶିକ୍ଷକ କୈଳାସ ତ୍ରିପାଠୀ, ସି.ଆର୍.ସି.ସି.ହୃଷିକେଶ ନାୟକ,ତିନି ଶିକ୍ଷକ ନେତା ଅପର୍ତି ଅଟ୍ଟ,ଶୈଲେନ୍ ପଟ୍ଟନାୟକ,ପ୍ରଫୁଲ୍ଲ ସିଂହ, ଏସ୍.ଏମ୍.ସି.ସଭାପତି ଅଜୟ ବେହେରା ପି.ଏସ୍.ଏସ୍.ଅଧ୍ଯକ୍ଷ ସୁଦାମ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଶ୍ରୀଯୁକ୍ତ ପ୍ରସନ୍ନ ସାହୁଙ୍କର ସୁଗୁଣାବଳୀ ସମ୍ପର୍କରେ ଅଲୋକପାତ କରିଥିଲେ।ମଣ୍ଡଳର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ହୋଇ ମାନପତ୍ର,ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ସମ୍ବନ୍ଧିତ କରିଥିଲେ।ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ରାଉତରାୟ, ଶିକ୍ଷୟିତ୍ରୀ ଗାୟତ୍ରୀ ସାହୁ ଓ ଝରଣାରାଣୀ ଚମ୍ପତି ଓ ଦୁଇ କମିଟିର ସଭ୍ୟ ସଭ୍ୟା ଏବଂ ସ୍ଥାନୀୟ ଗ୍ରାମର ଅଧିବାସୀ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପରିଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମଲତା ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।