October 8, 2026
IMG-20261008-WA0120
Share

 

ବରଗଡ,

କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ତେବେ ଏହି ବନ୍ଦ ପାଳକୁ ସମର୍ଥନ ଜଣାଇ ଜନସାଧାରଣ ସମର୍ଥନ କରିବାରୁ ଅତାବିରା ଠପ୍‌ ହୋଇପଡ଼ିଛି। ତେବେ ଏହାର ପ୍ରଭାବ ସାଧାରଣ ଜୀବନ ଯାତ୍ରା ଉପରେ ପଡିଛି । ଟ୍ରକ୍‌, ବସ୍‌, ଅଟୋ ଚଳାଚଳ ବନ୍ଦ ଅଖଚକ ବନ୍ଦ ହୋଇଥିବା ବେଳେ ଦୋକାନ ବଜାର ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ବ୍ୟାଙ୍କ ବନ୍ଦ ହୋଇପଡ଼ିଛି । କିନ୍ତୁ ଜରୁରୀକାଳିନ ସେବା ଜାରି ରହିଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ସେବା, ମେଡିସିନ ଦୋକାନ ଖୋଲା ରହିଛି।

 

ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ବନ୍ଦ ପାଳନ ଯୋଗୁ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ସାଙ୍ଗକୁ ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ପରିବହନ ପ୍ରଭାବିତ ହୋଇଛି। ଅତାବିରା ବସଷ୍ଟାଣ୍ଡ୍‌ଠାରେ ରାଜ୍ୟ କଂଗ୍ରେସ ସମ୍ପାଦିକା ସୁନିତା ବାଗ୍‌ଙ୍କ ନେତୃତ୍ୱରେ ବନ୍ଦ ପାଳନ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ରବିନାରାୟଣ ପଣ୍ଡା, ବ୍ଲକ ଉପସଭାପତି ପ୍ରମୋଦ ମହାକୁର, ଅତାବିରା ଏନ୍‌ଏସି ସଭାପତି ଶିଶିର ପ୍ରଧାନ, ଗୋବିନ୍ଦ ମିତ୍ର, ଟଙ୍କଧର ପ୍ରଧାନ, ଯୋଗେଶ ପ୍ରଧାନ, ଲରାସର ସରପଞ୍ଚ କୀର୍ତ୍ତନ ବିଶ୍ୱାଳ ପ୍ରମୁଖ ନେତୃତୁ ନେଇ ବନ୍ଦ ପାଳନ କରିଥିଲେ।

 

ବିଶେଷକରି ବନ୍ଦ ସମୟରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ବନ୍ଦ ରହିଥିଲା। ତେବେ ମେଡିକାଲ ଆମ୍ବୁଲାନ୍ସ, ଅଗ୍ନିଶମ ଓ ଉଦ୍ଧାର କାର୍ଯ୍ୟ, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ, ଛାତ୍ରୀଛାତ୍ରଙ୍କ ପରୀକ୍ଷା ଭଳି ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। ବନ୍ଦକୁ ନେଇ ଅତାବିରା ସହରର ବସ୍‌ଷ୍ଟାଣ୍ଡ, ଗୋଡ଼ଭଗା ବସ୍‌ଷ୍ଟାଣ୍ଡ ଛକ ସାଙ୍ଗକୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି।