ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ
ବରପାଲି : (ସୁଦାମ ଦୀପ) ଆଜି ଅକ୍ଟୋବର ୮ ତାରିଖରେ ହୋଇଥିବା ଥିବା ‘ଓଡ଼ିଶା ବନ୍ଦ’କୁ ନେଇ ବରଗଡ଼ ଜିଲ୍ଲାର ବରପାଲି ଅଞ୍ଚଳରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ସଫଳ ହୋଇଛି l ବନ୍ଦ ପାଳନ ଅଭିଯାନରେ ବିଜେପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା କିଶୋର ଦଫାଦାରଙ୍କ ନେତୃତ୍ଵରେ ବହୁ ଲୋକ ଓ କଂଗ୍ରେସ ସମର୍ଥକ ଯୋଗଦେଇ ବନ୍ଦକୁ ସଫଳ କରିଥିବା ଦେଖିବାକୁ ମିଳିଥିଲା l INDIA ବ୍ଲକ୍ ପକ୍ଷରୁ ଆଜି ୮ ତାରିଖରେ ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇ ଥିଲା । ବିଭିନ୍ନ ରାଜନୈତିକ ଓ ଜନସ୍ୱାର୍ଥ ସମ୍ପର୍କିତ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ବରପାଲିରେ ମଧ୍ୟ ଦେଖା ଯାଇଥିଲା l ବନ୍ଦର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ MMDR Amendment Act, ୨୦୨୬ ପ୍ରତ୍ୟାହାର ଦାବି ରହିଛି। ଏଥିସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ବନ୍ଦ ସମୟରେ ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଓ ଔଷଧ ଦୋକାନ ଭଳି ଜରୁରୀ ସେବାକୁ ବନ୍ଦରୁ ବାଦ ଦିଆଯାଇଥିଲା । ଜରୁରୀ ସେବାଗୁଡ଼ିକ ଯେପରି ସ୍ୱାଭାବିକ ଭାବେ ଚାଲୁ ରହେ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ବରପାଲି ସମେତ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଥିଲା l
