June 15, 2026

ଉମରକୋଟ ରେ ତୋଳି ପ୍ରସ୍ତୁତ, ବର୍ଷାର ଦେଖା ନାହିଁ, ୯୫ ପ୍ରତିଶତ ଧାନ ଜମିରେ ରୁଆ ହେଇପାରୁନି, ଚିନ୍ତାରେ ଚାଷୀ , ୨୫୦ ଏମଏମ ବର୍ଷା ସ୍ଥାନରେ ହେଇଛି ୧୩୪ ଏମଏମ ବର୍ଷା…………..

IMG-20240708-WA0011
Share

 

 

ଉମରକୋଟ -:(ଏମ୍ ଦୀନା°ଶୁ ଆଚାରୀ)ମୌସୁମୀ ବର୍ଷା ଓଡ଼ିଶାରେ ପହଞ୍ଚି ଗଲା ବୋଲି ଟିଭି ଓ ଖବର କାଗଜ ଦେଖି ଚାଷୀ ମାନେ ଖୁସିରେ ଚାଷ କାର୍ଯ୍ୟ ଆରମ୍ଭ କରିଦେଲେ। ଜମିକୁ ଚଷି ତଳିବି ପକାଇ ଦେଲେ। ବର୍ତ୍ତମାନ ତଳି ବି ବଡ ହେଇଗଲାଣି। ହେଲେ ଧାନ କାଦୁଅ କରିବା ପାଇଁ ଯେଉଁ ଭୀଷଣ ବର୍ଷା ର ଆବଶ୍ୟକ ରହିଛି ଆଉ ତାହା ହେଇ ପାରୁନି। କାରଣ ଉମରକୋଟ ରେ ବର୍ଷା ଗାଏବ ହେଇ ଯାଇଛି। ଯେଉଁ ବର୍ଷା ହେଉଛି ଜମି ଅଦା ହେଇ ପାରୁନାହିଁ। ଜୁଲାଇ ପ୍ରଥମ ସପ୍ତାହ ସରିବା ପାଈଁ ବସିଲାଣି ଧାନ ତଳି ରୋପଣ ନ କରି କରିବାରୁ ଚିନ୍ତାରେ ପଡିଛି ଚାଷୀ।ଚଳିତ ବର୍ଷ ବର୍ଷାର ପରିମାଣ ସ୍ଵଳ୍ପ ହେହା ଯୋଗୁ ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଧାନ ଜମିରେ ଧାନ ରୁଆ ହେଇ ପାରୁନି। ଯଦି ବର୍ଷା ହେବାରେ ଆଉ ସପ୍ତାହ ବିଳମ୍ୱ ହେଲେ ଧାନ ଉତ୍ପାଦନ କମି ଯିବ ବୋଲି କୃଷି ଅଧିକାରୀ ସତର୍କ କରାଇ ଦେଇଛନ୍ତି। ଏପରି ସଙ୍ଗୀନ ପରିସ୍ଥିତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଦେଖିବାକୁ ମିଳିଛି। ସୁଚନା ଅନୁସାରେ ଜୁଲାଇ ଦ୍ଵିତୀୟ ସପ୍ତାହ ସୁଦ୍ଧା ଉମରକୋଟ ଅଂଚଳରେ ପ୍ରାୟ ଧାନ ତଳି ରୋପଣ କାର୍ଯ୍ୟ ସମ୍ପନ୍ନ ହେଇ ଯାଇଥାଏ। ଜୁନ ମାସରେ ଯେଉଁଠି ୨୫୦ ରୁ ୩୦୦ ଏମଏମ ବର୍ଷା ହେବା କଥା ସେଠୀ ମାତ୍ର ହେଇଛି ୧୩୪.୩ ଏମଏମ ବର୍ଷା। ଜୁନ ମାସରେ ମାତ୍ର ୧୦ ଦିନ ବର୍ଷା ହେଇଛି। ବର୍ତ୍ତମାନର ସ୍ଵଳ୍ପ ବର୍ଷା ମଝି ମଝି ରେ ଖରା ମକା ଚାଷକୁ ବେଶ ସୁହାଉଛି। କିନ୍ତୁ ଧାନ ଚାଷୀ ଚଳିତ ବର୍ଷ। ସ୍ୱଳ୍ପ ବୃଷ୍ଟିପାତ ଯୋଗୁ କିଛି ଜମି ରେ ଚାଷୀ ମାନେ ଧାନ ବିହନ ବୁଣି ଦେଇଥିବା ଜଣାପଡିଛି। ଅପର ପକ୍ଷେ ସ୍ଵଳ୍ପ ବର୍ଷ। ଯୋଗୁ ତଳି ର ମଧ୍ୟ ବୃଦ୍ଧି ପାଇ ପାରୁନାହିଁ।। ଆଉ ସପ୍ତାହ ମଧ୍ୟରେ ଚାଷୀ ଧାନ ତଳି ରୋପଣ ଯଦି ନ କରି ପାରେ ହୁଏ ତେବେ ଧାନ ଉତ୍ପାଦନ କମି ଯିବ ବୋଲି ଉମରକୋଟ ବ୍ଲକ କୃଷି ଅଧିକାରୀ ସଂତୋଷ କୁମାର ନାୟକ ସୂଚନା ଦେଇଛନ୍ତି। ସ୍ୱଳ୍ପ ବର୍ଷା ଯୋଗୁଁ ଉମରକୋଟର ଭାତ ହାଣ୍ଡି କୁହା ଯାଉଥିବା ଭାସକେଲ ଡେମରେ ପାଣି ନାହିଁ। ପାଣି ନ ଥିବା ଯୋଗୁ ଧାନ ଜମି କୁ ପାଣି ପହଞ୍ଚି ପାରୁ ନାହିଁ। ୩ମାସ ପୂର୍ବରୁ ଉମରକୋଟ ଅଂଚଳ ର ଚାଷୀ ମାନେ ଭାସକେଲ ଡେମର ପଙ୍କ ସଫା କରିବା ସହ ପୁନରୁଦ୍ଧାର କରି ଏହାର ଜଳ ଧାରଣ କ୍ଷମତା ବଡେଇବା ପୁର୍ବତନ ୫ ଟି ସଚିବ, ରାଜ୍ଯ ଜଳସେଚନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କୁ ବାରମ୍ବାର ଦାବୀ ପତ୍ର ପ୍ରଦାନ କରିବା ସହ ଯଦି ଡେମର ପୁନରୁଦ୍ଧାର କରା ନ ଯାଏ ତେବେ ଜଳକର ଛାଡ ପାଇଁ ଦାବୀ ପତ୍ର ପ୍ରଦାନ କରି ଥିଲେ। ତେବେ ରାଜ୍ୟ ସରକାର ଏଥି ପ୍ରତି କୌଣସି ପଦକ୍ଷେପ ନେଲେ ନାହି ବୋଲି ଅଂଚଳ ର ବିଶିଷ୍ଟ ଚାଷୀ ତଥା ପୂର୍ବତନ ପାଣି ପଞ୍ଚାୟତ ର ଅଧ୍ୟକ୍ଷା ସନ୍ତୋଷ ସୂତ୍ରଧର ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଡେମ ରେ ପାଣି ନ ଥିବାରୁ ଡେମ ପାଣି କୌଣସି ଜମି କୁ ପହଞ୍ଚିବ ନାହି ବୋଲି କହିବା ସହ ତୁରନ୍ତ ଡେମର ଜଳ ଧାରଣ କ୍ଷମତା ବଢାଇବା ପାଈଁ ଶ୍ରୀ ସୂତ୍ରଧର ଦାବୀ କରିଛନ୍ତି। ତେବେ ସପ୍ତାହ ମଧ୍ୟ ରେ ଉମରକୋଟ ଅଂଚଳ ରେ ଭୀଷଣ ବର୍ଷା ନ ହୁଏ ତେବେ ଏହା ଧାନ ଚାଷ ଉପରେ ବହୁତ ପ୍ରଭାବ ପଡ଼ିବ ବୋଲି ଚାଷୀ ଓ କୃଷି ବିଶେଷଜ୍ଞ ମାନେ ମତ ରଖିଛନ୍ତି।

You may have missed