June 16, 2026

ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ଅଫ ଓଡ଼ିଶାର ରାଜ୍ଯ ସ୍ତରୀୟ ଆଲୋଚନାଚକ୍ର ..

IMG-20250608-WA0066
Share

 

ପୁରୀ(ରମେଶ ଚନ୍ଦ୍ର ସାହୁ)ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ଅଫ୍ ‌‌‌ଓଡିଶା ପକ୍ଷରୁ ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଘରୋଇ ବିଦ୍ୟାଳୟର ସୁରକ୍ଷା ପରିପ୍ରେକ୍ଷୀରେ ସ୍ଵତନ୍ତ୍ର ରାଜ୍ଯ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ର ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ

ଆସୋସିଏସନର ସମ୍ପାଦକ ଜ୍ଞାନ ରଞ୍ଜନ ପଣ୍ଡା,ସଂଗଠନର ଆବାହକ ସତ୍ୟ ନାରାୟଣ ମିଶ୍ର ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆଲୋଚନା ଚକ୍ରର ଶୁଭାରମ୍ଭ କରିଥିଲେ।ଏହି ଆଲୋଚନା ଚକ୍ରରେ ପୁରୀ ଜିଲ୍ଲା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର ଅଧ୍ୟକ୍ଷତା କରି କହିଥିଲେ ଘରୋଇ ସ୍କୁଲ ଗୁଡିକ ବହୁ ଅଭାବ ଅସୁବିଧାରେ ପରିଚାଳିତ ହେଉଛି। ରାଜ୍ଯ ସରକାରଙ୍କ ନୂତନ ମାର୍ଗଦର୍ଶିକା ପୂରଣ କରିବା ପାଇଁ ଘରୋଇ ଶିକ୍ଷା ଅନୁଷ୍ଠାନକୁ ସମୟ ଲାଗିବ।ରାଜ୍ଯର ୩୦ ଟି ଜିଲ୍ଲାରେ ଥିବା ଘରୋଇ ସ୍କୁଲ ଗୁଡିକ ଏକାଠି ରହି ଦାବି ଉପସ୍ଥାପନ କଲେ ରାଜ୍ଯ ସରକାର ତାହା ଶୁଣିବେ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ।ଆବାହକ ସତ୍ୟନାରାୟଣ ମିଶ୍ର କହିଥିଲେ ସଂଗଠନକୁ ୩୦ ଟି ଜିଲ୍ଲାରେ ତୃଣମୂଳ ସ୍ତରରୁ ସୁଦୃଢ଼ କରାଯିବ।ସିଓଆର୍ ପ୍ରାପ୍ତ ବିଦ୍ୟାଳୟର ସରଳୀକରଣ ପଦ୍ଧତି ସମ୍ପର୍କରେ ଶ୍ରୀମିଶ୍ର ଆଲୋକପାତ କରିଥିଲେ।ଏଥି ନିମନ୍ତେ ୩୦ ଟି ଜିଲ୍ଲାକୁ ନେଇ ଏକ ବରିଷ୍ଠ ନେତୃମଣ୍ଡଳୀ ଗଠିତ ହୋଇଥିଲା। ୩୦ ଟି ଜିଲ୍ଲାକୁ ନେଇ ୬ ଟି ଜୋନରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଜୋନ ଦାୟିତ୍ବରେ ଜଣେ ଉପସଭାପତି,ଜଣେ ଯୁଗ୍ମ ସମ୍ପାଦକ, ଜଣେ ସହ ସମ୍ପାଦକ ଓ ସେହି ଜିଲ୍ଲାର ଜଣେ ଜିଲ୍ଲା ଆବାହକ ଦାୟିତ୍ବରେ ରହିବା ପାଇଁ ସ୍ଥିର କରାଯାଇଥିଲା।ଜୋନ କମିଟି ଜିଲ୍ଲା କମିଟି ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ଆଗେଇ ନେବେ।ପ୍ରତି ବ୍ଲକର ବ୍ଲକ ସଂଯୋଜକ ଚୟନ କରାଯିବ।ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କୁ ରାଜ୍ଯ ମୁଖ୍ଯ ଉପଦେଷ୍ଟା ଭାବେ ଚୟନ କରାଯାଇଛି।ସେହିପରି ରାଜ୍ଯ ସଭାପତି ଭାବେ ସତ୍ଯ ନାରାୟଣ ମିଶ୍ର,ସମ୍ପାଦକ ଭାବେ ଗଗନ ବିହାରୀ ନନ୍ଦ ଓ କୋଷାଧକ୍ଷ ଭାବେ ସୁଧାଂଶୁ ଶେଖର ସାମନ୍ତ ସିଂହାରୀ ଙ୍କୁ ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତାଙ୍କୁ ସଭ୍ଯ ସଭ୍ଯା ମାନେ ସ୍ବାଗତ କରିଥିଲେ। ଏହି ପରିପ୍ରେକ୍ଷୀରେ ଆସୋସିଏସନର ନୂତନ ଲୋଗୋ ଉନ୍ମୋଚିତ ହୋଇଥିଲା।ରାଜ୍ଯ ସରକାର ଘରୋଇ ସ୍କୁଲ ପ୍ରତି ଅଧିକ ଚାପ ସୃଷ୍ଟିର ରାସ୍ତା ଧରିଲେ ରାଜ୍ଯ ସ୍ତରୀୟ ଆସୋସିଏସନ ଆନ୍ଦୋଳନର ରାସ୍ତା ଧରିବ ବୋଲି ସହମତି ପ୍ରକାଶ ପାଇଥିଲା।ଏହି ଆସୋସିଏସନକୁ ଆଗାମୀ ଦିନରେ ଅଧିକ ସୁଦୃଢ ଓ ଶକ୍ତିଶାଳୀ କରାଯିବ ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଥିଲା।ଏହି ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରୁ ସଭ୍ଯ ସଭ୍ଯା ମାନେ ଯୋଗଦେଇ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ।

You may have missed