April 27, 2026

ଆଜି କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ ଉଦଲଗୁଡ଼ା ହାଇ ସ୍କୁଲ ଖେଳ ପଡ଼ିଆ ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ

IMG-20250608-WA0100
Share

                           ଆଜି କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ ଉଦଲଗୁଡ଼ା ହାଇ ସ୍କୁଲ ଖେଳ ପଡ଼ିଆ ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ଯୋଗଦେଇ ଖେଳ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଠିଆ, ବ୍ଲକ ଜି ଜେ ଡି ସଭାପତି ବୃନ୍ଦାବନ ମଲ୍ଲିକ, ଆତ୍ମା ଅଧ୍ୟକ୍ଷ ବଳଭଦ୍ର ଆଚାର୍ଯ୍ୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସମାରି ଭତରା, ସରପଞ୍ଚ ଜୟନ୍ତୀ କୁସପାରିଆ, ନାଏବ ସରପଞ୍ଚ ରାମସିଂ ଗୌଡ଼, କୁନ୍ଦୁରା ସରପଞ୍ଚ ଲବ ପରଜା, ପୂର୍ବତନ ସରପଞ୍ଚ ପାର୍ବତୀ ଫାମ୍ପୁଣିଆ ,ବି ଜେ ଡି ଜିଲ୍ଲା ସହ ସମ୍ପାଦକ ଭଜମନ ସାନ୍ତା, ବି ଜେ ଡି ବ୍ଲକ ଯୁବ ସଭାପତି ବିକ୍ରମ କୁମାର ବେହେରା, ମହିଳା ନେତ୍ରୀ ଦମୟନ୍ତୀ ମଲ୍ଲିକ, ମିଡ଼ିଆ ସେଲ ସଭାପତି ଧନୁର୍ଯୟ ଗଣ୍ଡା, ୱାର୍ଡ଼ ସଭ୍ୟା ପଦ୍ମା ସାନ୍ତା, ବରିଷ୍ଠ ନେତା ଅଜୟ କୁମାର ସାହୁ, ପ୍ରଶାନ୍ତ କୁମାର ଆଚାର୍ଯ୍ଯ ଏବଂ ବୁଦ୍ରା ବୋଦାପୁଟିଆ ପ୍ରମୁଖ ଯୋଗଦେଇଥିଲେ I ଅତିଥିଙ୍କୁ ଉଦଳଗୁଡ଼ା ମୁଖ୍ୟ ଛକ ଠାରେ ପୁଷ୍ପମାଲ୍ଯ ଦେଇ ନୃତ୍ୟ ର ତାଳେ ତାଳେ ଗ୍ରାମବାସୀ, ମହିଳା ଯୁବକ ଓ ଖେଳାଳୀ ପାଛୋଟି ନେଇଥିଲେ I ଆଜିର ଏହି ଫାଇନାଲ୍ ମ୍ଯାଚରେ ଝିଲିଗାଁ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା l ୧୨ ଓଭର୍ ଖେଳରେ ୯ ୱିକେଟ ହରାଇ ୧୪୮ ରନ୍ ସଂଗ୍ରହ ଚାମ୍ପିଆନ୍ ହୋଇଥିଲା l ବାଗଦେରୀ ଦଳ ଦିତୀୟ ବ୍ୟାଟିଂ କରି ୧୨ ଓଭର୍ ଖେଳରେ ୫ ୱିକେଟ ହରାଇ ୧୧୮ ରନ୍ ସଂଗ୍ରହ କରି ଦିତୀୟ ସ୍ଥାନ ଅଧିକାର କରିଥିଲେ l ଗତ ୨୦ ତାରିଖରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜୟପୁର, ବୈପାରୀଗୁଡ଼ା, କୋଟପାଡ଼ ଓ କୁନ୍ଦୁରା ବ୍ଲକର ୧୬ ଟି ଦଳ ଭାଗ ନେଇଥିଲେ l ପ୍ରଥମ ସ୍ଥାନ ଅଧିକାର କରିଥିବା ଝିଲିଗାଁ ଦଳକୁ ଟ୍ରଫି ସହ ୧୫ ହଜାର ଓ ରନର ବାଗଦେରୀ ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା l ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି ତୁଳାରାମ ପୂଜାରୀ, ଅଭି ସାନ୍ତା, ଅଜୟ ସାନ୍ତା, ମଣ୍ଟୁ ହରିଜନ, ଟୁନୁ କଟିଆ, ଅନନ୍ତ ସାନ୍ତା ପ୍ରମୁଖ ପରିଚାଳନା କରିଥିଲେ l ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ l ଧନୀରାମ ବାରିକ,ସଦନ ମୁଦୁଲି, ସୁରେଶ ମାଝୀ ପ୍ରମୁଖ ଆଜି ଫାଇନାଲ୍ ମ୍ୟାଚ୍ ଓ ମଞ୍ଚ ପରିଚାଳନା କରିଥିଲେ l

 

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l