ଝରାପାଲି ଠାରେ ମଣ୍ଡଲସ୍ତରୀୟ ବିଜେପିର କର୍ମଶାଳା
ବିକଶିତ ଭାରତ ଅମୃତ କାଳ ସେବା,ସୁଶାସନ ଏବଂ ଗରିବ କଲ୍ୟାଣରେ କେନ୍ଦ୍ର ର 11 ବର୍ଷ ଓ ରାଜ୍ୟ ର 1 ବର୍ଷ ଉପଲକ୍ଷେ ଆଜି ରବିବାର ସନ୍ଦ୍ୟା ୭ଟାରେ ଭାରତୀୟ ଜନତା ପାର୍ଟିର ସଂକ୍ରିଡା ମଣ୍ଡଲସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଏଥିରେ ମଣ୍ଡଲ ସଭାପତି ଖିରେଶ ମହାକୁର,ପୂର୍ବତନ ମଣ୍ଡଲ ସଭାପତି ଭୀମସେନ ମଲ୍ଲିକ,ସୋମନାଥ ଭୋଇ,ଜିତେନ୍ଦ୍ର ପୋଢ, ଆକାଶ ମାଝି ,ଗଣେଷ ମାଝି ପ୍ରମୁଖ ଯୋଗଦେଇ ଓଡିଶାରେ ବିଜେପି ସରକାର ଏକ ବର୍ଷ ମଧ୍ଧରେ ଯେଉଁ ଯେଉଁ କାମକରିଛି ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା |
