କୁସୂର୍ଡା ଗ୍ରାମରେ ବଜ୍ରାଘାତରେ ୨ ମହିଳା ମୃତ

ବରଗଡ/୧୭/୯
ବରଗଡ ଜିଲା ସୋହେଲା ବ୍ଲକ ନିକଟସ୍ଥ ପାଣିମୋରା ପଞ୍ଚାୟତ କୁସୂର୍ଡା ଗ୍ରାମରେ ବଜ୍ରାଘାତ ରେ ଦୁଇ ମହିଳାକଂ ମୃତ୍ୟୁ ଘଟିଥିବା ସୂଚନା ମିଳିଛି
କ୍ଷେତ ରେ ଚାଷ କାମ କରୁଥିବା ସମୟରେ ଆଜି ବଜ୍ରାଘାତ ର ଶିକାର ହୋଇଛନ୍ତି ଜାହ୍ନବୀ ପଧାନ ୪୫ , ରିତା ପଧାନ୍ ୩୨
ସୂଚନା ମୁତାବକ ଦୁଇଜଣ କଟାପାଲି ଗ୍ରାମ ର ହୋଇଥିବା ବେଳେ ଚାଷ କାମ ପାଇଁ ସେ କୁସୁର୍ଡା କୁ ଆସିଥିଲେ ଓ ଚାଷଜମି ରେ କାର୍ଯ୍ୟରତ ସମୟରେ ଏହି ବଜ୍ରାଘାତ ରେ ମୃତ୍ୟୁବରଣ କରିଛନ୍ତି ।
ଏହି ଦୁଃଖଦ ଘଟଣା କୁସୂର୍ଡ଼ା ଗ୍ରାମ ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
