September 17, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଦିବସରେ ବୁଗୁଡା ବନ ବିଭାଗ ପକ୍ଷରୁ ୭୬ଟି ବୃକ୍ଷ ରୋପଣ 

IMG-20260917-WA0114
Share

 

ବୁଗୁଡ଼ା : ତା ୧୭/୦୯/୨୬ : ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଶୁଳିଆପଲ୍ଲୀ ଜଙ୍ଗଲ ଅଞ୍ଚଳରେ ୪୦ଟି ପ୍ରଜାତିର ୭୬ଟି ବୃକ୍ଷ ରୋପଣ କରାଯାଇଥିବା ଜଣାଯାଇଛି ।

ଏହି କାର୍ଯ୍ୟକ୍ରମରେ ଶୁଳିଆପଲ୍ଲୀ, ଡେଙ୍ଗାବାଡି, କିରିଆମ୍ବା ଓ ନୂଆଁପଲ୍ଲୀ ଆଦି ଚାରୋଟି ଗ୍ରାମର ବନ ସୁରକ୍ଷା ସମିତିର ସଦସ୍ୟଗଣଙ୍କ ସମେତ ଦ୍ବିଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ। ବୁଗୁଡା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସିଏଫ୍ ପ୍ରଶାନ୍ତ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ତାକରଡା ପଞ୍ଚାୟତ ସରପଞ୍ଚ ଦିଲ୍ଲୀପ ପ୍ରଧାନ ଯୋଗ ଦେଇ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ବୃକ୍ଷ ରୋପଣ କରିବା ଦିଗରେ ଉପସ୍ଥିତ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବନପାଳ ସୁଧିର କୁମାର ପଟ୍ଟନାୟକ, ଅର୍ଜୁନ ଜାନି, ସୁକାନ୍ତ କୁମାର ପଟ୍ଟନାୟକ, ଅରବିନ୍ଦ ନାୟକ ଓ ଅଭିରାମ ଖିଲ ପରିଚାଳନା କରିଥିବା ବେଳେ ବନ ବିଭାଗୀୟ ସମସ୍ତ କର୍ମଚାରୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ।