September 17, 2026

ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା -୨୦୨୬-୨୭ ଉଦଘାଟିତ 

IMG-20260917-WA0159
Share

 

 

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର)ଅଦ୍ୟ ତା ୧୭/୦୯/୨୦୨୬ ରିଖ ବୁଧବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ, ଡିଙ୍ଗର ପରିସରରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦିବାକର ସାହୁ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ସେଠି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ତ୍ରିନାଥ ବେହେରା, ଭୂଆସୁଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଡ. ଗଣେଶ୍ୱର ସ୍ୱାଇଁ, ଡାଳତଳା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ, ତୁଳସୀପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ପ୍ରଧାନ ଶିକ୍ଷାବିତ ମିର ରେହମତ ଅଲ୍ଲୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ସୌରୀ ବେହେରା ଓ କ୍ରୀଡା ବ୍ଲକ ସମ୍ପାଦକ ଶ୍ରୀ ଶ୍ରୀନିବାସ ରଣସିଂହ ଅତିଥିଭାବେ ମଞ୍ଚ ମଣ୍ଡନ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷକ ଶ୍ରୀ ମନୋଜ କୁମାର ସାହୁ। ଶାରୀରିକ ଶିକ୍ଷା ଛାତ୍ର ଜୀବନରେ କେତେଫଳପ୍ରଦ ସେ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପରେ ଅତିଥିମାନଙ୍କ ଗହଣରେ ପ୍ରଧାନ ଶିକ୍ଷକ ସମସ୍ତ ଖେଳ ଶିକ୍ଷକ ପ୍ରତିଯୋଗୀ ଛାତ୍ର ଛାତ୍ରୀଙ୍କ ଉପସ୍ଥିତରେ ଶପଥ ପାଠ କରିବା ସହିତ ପତାକା ଉତୋଳଣ କରି ଖେଳ ଆରମ୍ଭ ପାଇଁ ସହମତି ପ୍ରକାଶ କରିଥିଲେ। ସମସ୍ତ ଖେଳ ଶିକ୍ଷକଙ୍କ ସହଯୋଗ ରେ କ୍ରିକେଟ, ଖୋ ଖୋ ଓ ବ୍ୟାଡ଼ମିଣ୍ଟନ ଖେଳ କରାଯାଇ ଯୋଗ୍ୟ ପ୍ରତିଯୋଗୀ ଙ୍କୁ ଚୟନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

You may have missed