May 14, 2026

କ୍ୟାନସର ପୀଡିତ ରୋଗୀ ଙ୍କ ବାସ ଭବନ ରେ ପାରଳାଖେମୁଣ୍ଡି ବିଧାୟକ …

IMG-20260508-WA0036
Share

 

ପାରଳାଖେମୁଣ୍ଡି(ଲମ୍ବୋଦର ସାହୁ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ ପାଇକ ସାହିର ବୁଟୁ ମହାନ୍ତି ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ କ୍ୟାନସର ରୋଗରେ ପୀଡ଼ିତ ହୋଇଥିଲେ।ସେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ।ସେଠିକାର ପ୍ରଦୂଷଣ ଯୋଗୁ ମୁଖ କର୍କଟରେ ଆକ୍ରାନ୍ତ ହେବାରୁ ସେଠାରୁ ଚାଲି ଆସିଥିଲେ।ତାଙ୍କ ପରିବାର ରେ ୮ ଜଣ ସଦସ୍ୟ ଥିବା ବେଳେ ସେ ଜଣେ ହିଁ ରୋଜଗାରିଆ ଥିଲେ। ବର୍ତ୍ତମାନ ତାଙ୍କ ପରିବାର ପୋଷଣ ପାଇଁ କେହି ନଥିବା ବେଳେ,ନିଜ ରୋଗ ପାଇଁ ଔଷଧ କିଣିବା ପାଇଁ ବି ସମ୍ଭବ ହେଉନଥିବା ବେଳେ ସେ ବର୍ତ୍ତମାନ ଭୁବନେଶ୍ଵର ସ୍ଥିତ ଉତ୍କଳ ହସ୍ପିଟାଲ ରେ ଚିକିତ୍ସା ହେଉଥିବା ଖବର ମିଳିଛି।ସେ ବିଗତ ଦିନରେ ସବୁ ପ୍ରକାର ସୁବିଧା ସରକାର

ସ୍ତରରୁ ପାଉଥିବା ବେଳେ ବର୍ତ୍ତମାନ ସିମିତି ଅର୍ଥ ସରକାର ଦେଉଥିବାରୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଖବର ପାଇ ବିଧାୟକ ଇଂ.ରୁପେଶ ପାଣିଗ୍ରାହୀ ତାଙ୍କ ବାସ ଭବନରେ ପହଞ୍ଚି ତାଙ୍କ ସମସ୍ୟା ସବୁ ଦେଖିଥିଲେ।ସେ ତାଙ୍କ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ପୂର୍ବରୁ ସେଇ ସାହିର ଆଉ ଜଣେ କର୍କଟ ରୋଗୀର ଦାୟିତ୍ଵ ନେଇ ତାଙ୍କୁ ସମ୍ପୂର୍ଣ ନିରୋଗ କରିବା ପର୍ଯ୍ୟନ୍ତ ଦେଖାଶୁଣା କରିଥିଲେ ବିଧାୟକ ଏବଂ ତାଙ୍କ ଟିମ୍।ଏଭଳି କାର୍ଯ୍ୟ କରିଥିବାରୁ ଗୁମ୍ମା ବାସି ବିଧାୟକ ଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ଏବଂ ଭଗବାନ ତାଙ୍କୁ ସୁସ୍ଥ ରଖିବା ସହ ଲୋକଙ୍କ ସେବା କରିବା ନିମନ୍ତେ ପ୍ରେରଣା ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।