May 14, 2026

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ 

IMG-20260508-WA0033
Share

 

 

ପଡିଆ, ୦୮/୦୪ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଗିରିକାନପଲ୍ଲୀ ପଞ୍ଚାୟତ ସଦର ମହକୁମାରେ ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସମର କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଗିରିକାନପଲ୍ଲୀ, ପଡିଆ ଓ ପଡୋଶୀ ଛତ୍ତିଶଗଡ଼ର ଦୁବାଟୋଟା ଗ୍ରାମର ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଖୋକୋ, କବାଡ଼ି, କ୍ରିକେଟ, ଭଲିବଲ୍ ସମେତ ବିଭିନ୍ନ ପ୍ରକାର ସମର କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଡିଆ ବ୍ଲକ ଅଧ୍ୟକ୍ଷା ଦେବେ ମାଡି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟର ନିର୍ଦ୍ଦେଶକ ଏମ ବସନ୍ତ ରାଜ, ଏମ୍ ସୁମନ୍ତ, ବିନୟ କୁମାର ଇସଲାବତ, ନାଗୁଲୁ ସାମସନ, ଗୋବିନ୍ଦ ସରଦାର, ଚୀନାମ ଆନୋକ ଓ ମାଦ୍ରୀ ଚୀନା ସମେତ ସ୍ଥାନୀୟ ଅଞ୍ଚଳର ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗୀତା ଆଗାମୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମକୁ ପି ବୟାଜ, ଚୀନାମ ଡେଭିଡ ଓ ବାତିନି ଭାସ୍କର ରାଓ ପ୍ରମୂଖ ପରିଚାଳନା କରିଛନ୍ତି।