September 21, 2026

କୋଟପାଡ଼ ଓକିଲ ସଙ୍ଘ ନିର୍ବାଚନ ନିମନ୍ତେ ସାତ ଜଣ କଲେ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ଦାଖଲ 

IMG-20250308-WA0027
Share

 

କୋଟପାଡ଼ – ଚଳିତ ବାର(ଆଇନଜୀବୀ) ଆସୋସିଏସନ ନିର୍ବାଚନ ନିମନ୍ତେ ନାମାଙ୍କନ ର ଶେଷ ଦିନ ରେ ବିଭିନ୍ନ ପଦ ନିମନ୍ତେ ସାତୋଟି ନାମାଙ୍କନ ଦାଖଲ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ନାଥ ମହାପାତ୍ର ଙ୍କ ଠାରୁ ପ୍ରକାଶ l ସଭାପତି ପାଇଁ ବରିଷ୍ଠ ଆଇନଜୀବୀ ମଣି ପ୍ରସାଦ ପଟ୍ଟନାୟକ, ପଙ୍କଜ କୁମାର ପାତ୍ର ଏବଂ ଅଜିତ କୁମାର ପଟ୍ଟନାୟକ ନାମାଙ୍କନ ଦାଖଲ କରିଥିବା ବେଳେ ସମ୍ପାଦକ ପଦ ପାଇଁ ଯୁବ ଆଇନଜୀବୀ ମୁକ୍ତେଶ୍ଵର ନାୟକ (ବାବୁଲି )ଓ ଜ୍ଞାନେନ୍ଦ୍ର ନାଥ ପଟ୍ଟନାୟକ, ଉପସଭାପତି ପାଇଁ ସୁଧୀର ଚନ୍ଦ୍ର ମହାନ୍ତି ଏବଂ ସହ ସମ୍ପାଦକ ପଦ ପାଇଁ ଏସ.ଚନ୍ଦ୍ର ରାଓ ନାମାଙ୍କନ ଦାଖଲ କରିଥିବା ବେଳେ ଅନ୍ୟ ପଦ ପଦବୀ ପାଇଁ କେହି ନାମାଙ୍କନ କରିନଥିବା ଜଣା ଯାଇଛି l ସୂଚନା ଯୋଗ୍ୟ ଯେ, ସାରା ଓଡ଼ିଶାର ସମସ୍ତ ଆଇନଜୀବୀ ସଂଘରେ ଚଳିତ ମାସ ଅଣ ତିରିଶି ତାରିଖରେ ନିର୍ବାଚନ ହେବାକୁ ବାର କାଉନସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ନିର୍ବାଚନକୁ ନେଇ ସଂଘର ସଦସ୍ୟ ମହଲ ରେ ସରଗରମ ରହିଥିବାର ଜଣା ଯାଇଛି।

(କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର)