September 22, 2026

ନିଯୁକ୍ତି ମେଳାରେ ୪୪୯ ଜଣ ଙ୍କୁ କର୍ମନିଯୁକ୍ତି ପାଇଁ ଚୟନ

IMG-20250308-WA0018
Share

 

ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା ଆଜି ପୁରୀ ଆଇଟିଆଇ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୧୭୫ ଜଣ ଆଶାୟୀ ପଞ୍ଜିକରଣ କରିଥିବା ବେଳେ ୪୪୯ ଜଣ ବିଭିନ୍ନ କମ୍ପାନୀ ମାନଙ୍କ ରେ ନିଯୁକ୍ତି ପାଇଁ ଚୟନ କରାଯାଇଛି।ଏତଦ ବ୍ୟତୀତ ଓଡିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ମାନେ ମଧ୍ୟ ୩୬୦ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ନିଯୁକ୍ତି ଦେବା ପାଇଁ ମନୋନୀତ କରିଥିଲେ। ଆଜି ଅନୁଷ୍ଠିତ ନିଯୁକ୍ତି ମେଳାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଉଦଘାଟନ କରିଥିଲେ।ଜିଲ୍ଲା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳା ରେ ମଡେଲ କ୍ୟାରିଅର ସେଣ୍ଟର ର ୟଙ୍ଗ ପ୍ରଫେସନାଲ ନିରାକାର ପ୍ରଧାନ, ସିଏମ ଫେଲୋ ମି.ସଞ୍ଜୁ, ପୁଷ୍ପଲତା ପ୍ରଧାନ, ବାମଦେବ ସାହୁ, ସରକାରୀ ଆଇଟିଆଇ ର ଏଟିଓ ତାପସ କୁମାର ଖିଲାର,ତୁଷାର କାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଉପଯୋଗୀ ପରାମର୍ଶ ଦେଇଥିଲେ।

ପରେ ସମସ୍ତ ଅତିଥି ନିଯୁକ୍ତି ମେଳା ପରିଦର୍ଶନ କରିବା ସହ ବିଭିନ୍ନ ନିଯୁକ୍ତିଦାତା କମ୍ପାନୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାର ର ପ୍ରତିଷ୍ଠିତ ୫୦ ଟି ବେସରକାରୀ ସଂସ୍ଥା ର ନିଯୁକ୍ତି ଦାତା ମାନେ ଯୋଗ ଦାନ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed