May 10, 2026

କଳାରାହାଙ୍ଗା ଯାଦବ ସଂଘ ପକ୍ଷରୁ ବଡ଼ ଦାଣ୍ଡରେ କାଠି ଲଉଡ଼ି ଖେଳ ପରିବେଷଣ କରାଯାଇଛି ..

IMG-20250308-WA0017
Share

ଆଜି ପୁରୀ ବଡଦାଣ୍ଡ ରେ ଭୁବନେଶ୍ୱର କଳାରାହାଙ୍ଗା ଯାଦବ ସଂଘ ପକ୍ଷରୁ ମାର୍କେଟ ଛକଠାରୁ କାଠି ଲଉଡ଼ି ଖେଳ ସହିତ ବଂଶୀବାଦନ କରି କରି ଖରାରେ ଖାଲି ପାଦରେ ନାଚିନାଚି ଶ୍ରୀମନ୍ଦିର ଚାରି ପାଖରେ ବୁଲି ସିଂହଦ୍ୱାର ନିକଟରେ ସମାପନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ଗୋପାଳ ସଂଘର ରାଜ୍ୟ ସମ୍ପାଦକ ନାରାୟଣ ଡ଼ାଳୁଆ, କଳାରାହାଙ୍ଗା ଯାଦବ ସଂଘର ସଭାପତି ପ୍ରଫୁଲ୍ଲ ମହାଭୋଇ, ଭୁବନେଶ୍ୱର ବେହେରା ସାହିର ଲକ୍ଷ୍ମୀଧର ବେହେରା, ମହନ୍ତ ମଦନମୋହନ ବେହେରା, ଗାୟକ ନିବାସ ମହାଭୋଇ, ଦୀପକ ମହାଭୋଇଙ୍କ ସହିତ କଳାରାହାଙ୍ଗା ଯାଦବ ସଂଘର ସମସ୍ତ ସଦସ୍ୟ ମିଶି ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ