April 27, 2026

ଲାଞ୍ଜିଗଡ଼ ପଞ୍ଚାୟତର ଚଣାଲିମା ଗ୍ରାମରେ ପୋଢ଼ମରା ପର୍ବ ଅନୁଷ୍ଠିତ ହୋଇଯାଇଛି 

IMG-20260208-WA0057
Share

ଲାଞ୍ଜିଗଡ଼ ପଞ୍ଚାୟତର ଚଣାଲିମା ଗ୍ରାମରେ ପୋଢ଼ମରା ପର୍ବ ଅନୁଷ୍ଠିତ ହୋଇଯାଇଛି l ଏହି ପୋଢ଼ମରା ପର୍ବ ପ୍ରତି ତିନି ବର୍ଷରେ ଥରେ ଆଦିବାସୀ ପରମ୍ପରା ଅନୁଯାୟୀ ପାଳନ କରାଯାଇଥାଏ l ଚଣାଲିମା ହେଉଛି ଏକ ଆଦିବାସୀ ଗ୍ରାମ ଅଟେ l ଲାଞ୍ଜିଗଡ଼ ବ୍ଲକରେ ଥିବା ପ୍ରାୟ ପ୍ରତ୍ୟେକ ଆଦିବାସୀ ଗ୍ରାମରେ ପ୍ରତି ତିନି ବର୍ଷରେ ଏହି ପୋଢ଼ମରା ପର୍ବ ପାଳିତ ହୋଇଥାଏ l ଏହି କ୍ରମରେ ଲଞ୍ଜିଗଡ଼ ପଞ୍ଚାୟତର ଚଣାଲିମା ଗ୍ରାମରେ ମଧ୍ୟ ଆଜି ଏହି ପର୍ବ ଅନୁଷ୍ଠିତ ହୋଇଯାଇଛି l

ଏହି ଗ୍ରାମରେ ଏକ ପରମ୍ପରା ଅଛି ଯେ, ଏହି ପର୍ବରେ ଯୋଗ ଦେବା ପାଇଁ କିଛି ଦିନ ପୂର୍ବରୁ ସେମାନଙ୍କର ମୁଖ୍ୟ ଜାନି, ଦିଶାରି ମାନଙ୍କୁ ପ୍ରଥମେ ନିମନ୍ତ୍ରଣ କରାଯାଇଥାଏ l ଗାଁର ଜ୍ୱାଇଁ ମାନେ ଯେଉଁ ଗ୍ରାମରେ ଥିବେ, ସେ ସମସ୍ତଙ୍କୁ ମଧ୍ୟ ଏହି ପର୍ବରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରାଯାଏ l ଆଖ ପାଖ ଅଞ୍ଚଳର ଆଦିବାସୀ ଗ୍ରାମ ମାନଙ୍କୁ ଏବଂ ନିୟମଗିରି ପର୍ବତରେ ବାସ କରୁଥିବା ଡଙ୍ଗରିଆ ଓ ଝରଣିଆ ଆଦିବାସୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସେମାନେ ପ୍ରଚୁର ସଂଖ୍ୟାରେ ଯୋଗ ଦେଇଥିଲେ l ଏହା ସହିତ ଲାଞ୍ଜିଗଡ଼ର ରାଜା ସୁରେନ୍ଦ୍ର ପ୍ରତାପ ସିଂହଦେଓ ଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ l ଲାଞ୍ଜିଗଡ଼ର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା l ଗତକାଲି ଜାନି ଦିଶାରି ମାନଙ୍କୁ ନେଇ ତାଙ୍କର ଗ୍ରାମ ଦେବତା ଧରଣୀ ପେନୁ ଠାରେ ପୂଜା ଅର୍ଚ୍ଚନା କରିଥିଲେ l ପୋଢ଼କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଲୁଚେଇ ରଖାଯାଇଥାଏ l ଆଜି ସକାଳ ସମୟ 11.30 ମିନିଟ ସମୟରେ ପୋଢ଼କୁ ସକାଳୁ ସ୍ନାନ କରାଇ ଏବଂ ସିନ୍ଦୁର ଓ ଫୁଲ ଦେଇ ବଳି ପାଇଁ ପ୍ରସ୍ତୁତ କରାଗଲା l ସେଠାରେ ଲାଞ୍ଜିଗଡ଼ ରାଜା ଉପସ୍ଥିତ ହେବା ପରେ ସେମାନଙ୍କର ନୀତି ଅନୁଯାଇ ସେମାନଙ୍କର ଦେବତା ଧରଣୀ ପେନୁ ନିକଟରେ ପୋଢ଼ ବଳି ଦିଆଯାଇଥିଲା l ଆଦିବାସୀମାନଙ୍କ ଏହି ପର୍ବ କେଉଁ ଅନାଦି କାଳରୁ ପ୍ରଚଳିତ ଅଛି l

 

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର