April 27, 2026

ଅନସ୍ଲୋ ହାଇସ୍କୁଲ୍ ରେ ପଢିବା ଗଢିବା ଓଡିଶା ପ୍ରୋତ୍ସାହନ ଦିବସ ପାଳିତ

IMG-20260208-WA0055
Share

 

 

ଛତ୍ରପୁର ତା ୮/୨/୨୬ (ଅରୁଣ କୁମାର ପଣ୍ଡା)ପି.ଏମ.ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିବା ଗଢିବା ଓଡିଶା ଓ ପଠନ ପ୍ରୋତ୍ସାହନ ଦିବସ ପାଳନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ କବି ରଞ୍ଜନ କୁମାର ବ୍ରହ୍ମା, ଗାଳ୍ପିକl ନମିତା କୁମାରୀ ପାଠୀ ଓ ସମାଜସେବୀ ଅରୁଣ କୁମାର ଶତପଥି ଯୋଗଦେଇଥିଲେ l କବି ରଞ୍ଜନ କୁମାର ବ୍ରହ୍ମା ଶିଶୁକବିତା ପାଠ କରି କବିତା ଲେଖିବା ଶୈଳୀ ଏବଂ ତାକୁ ସଂରକ୍ଷିତ କରିବା କୌଶଳ ସମସାମୟିକ ପରିସ୍ଥିତି କି ନେଇ ପ୍ରକୃତି ଆଧାରିତ ଅନୁଭୂତି ଆଧାରିତ କବିତା ଲେଖିବା ଶୈଳୀ ଶିକ୍ଷା ଦେଇଥିଲେ l ପରେ ପରେ ଗାଳ୍ପିକା ମିନତୀ କୁମାରୀ ପାଠୀ ଶିଶୁ ଗଳ୍ପ ଉପସ୍ଥାପନା କରି ପିଲାଙ୍କୁ ପ୍ରତେକ ଅନୁଭୂତିରୁ ସୁନ୍ଦଟି ଶିକ୍ଷଣୀୟ ଗଳ୍ପ ତିଆରି ହୁଏ, ଯାହା ସମସ୍ତଙ୍କ ହୃଦୟ କୁ ଛୁଏଁ ଏହା ଅନୁଭବ କରାଇ ଥିଲେ l ସମାଜସେବୀ ଅରୁଣ କୁମାର ଶତପଥୀ ପିଲାମାନଙ୍କୁ ବହି ପଢିବା ସହ ଖବର କାଗଜ, ଗଳ୍ପ କବିତା ପଢିବା ପାଇଁ ଉପଦେଶ ଦେଇଥିଲେ l ଯାହାଫଳରେ ସୃଜନଶୀଳତା ର ଦକ୍ଷତା ବୃଦ୍ଧି ପାଇବ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିବା ବେଳେ ଶିକ୍ଷକ ଦିଲ୍ଲୀପ କୁମାର ପଲେଇ ଓ ଶିକ୍ଷୟତ୍ରୀ ଅଞ୍ଜନା ବଡ଼ତ୍ୟା ସହଯୋଗ କରିଥିଲେ