April 27, 2026

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ର ମାସିକ ବୈଠକ ଅନୁଷ୍ଠିତ

IMG-20260208-WA0054
Share

 

 

ଛତ୍ରପୁର ତା ୮/୨/୨୬(ଅରୁଣ କୁମାର ପଣ୍ଡା )ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ତରଫରୁ ମାସିକ ବୈଠକ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ସମ୍ପାଦକ ସୋମନାଥ ସାହୁ, କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର ପାଢ଼ୀ, ଉପସଭାପତି ଡ଼ଃ.ପ୍ରଶାନ୍ତ କୁମାର ଶତପଥୀ, କୋଷାଧକ୍ଷ ଜି. ପାପା ରାଓ ମଂଚାସୀନ ରହି ନିଜ ଅଭିଭାଷଣରେ ସମାଜ ପ୍ରତି ଅବସରପ୍ରାପ୍ତ କର୍ମଚାରୀ ସଂଘର ଆବଶ୍ୟକତା ଏବଂ ସେମାନେ ଭୋଗୁଥିବା ଅସୁବିଧା ଗୁଡିକର ତୁରନ୍ତ ସମାଧାନ ବିଷୟରେ ଆଲୋକପାତ କରିଥିଲେ l ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସ୍ବର୍ଗତ ବିନିତା ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନେଟ ନୀରବ ପ୍ରାଥନା ଏବଂ ଭୁବନେଶ୍ୱର ମେଡିକାଲରେ ଚିକିତ୍ସାରତ ବସନ୍ତ କୁମାର ଲେଙ୍କାଙ୍କ ଆଶୁ ଆରୋଗ୍ୟ ନିମନ୍ତେ ସମୂହ ପ୍ରାଥନା କରାଯାଇଥିଲା l ଗତ ସାଧାରଣତନ୍ତ୍ର ଦିବସରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତଳୋନ କରିଥିବାରୁ ଛତ୍ରପୁର ଆଦର୍ଶ ଥାନାର ଭାରପ୍ରାପ୍ତ ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ନିରଞ୍ଜନ ତ୍ରିପାଠୀ, ଅଶ୍ୱିନୀ କୁମାର ଚୌଧୁରୀ,ସୂର୍ଯ୍ୟ ନାରାୟଣ ଦାସ, ପ୍ରକାଶ ଦାସ,ଏ. ବିଶ୍ୱମ୍ବର, ପ୍ରଦୀପ ପଣ୍ଡା, ଘନଶ୍ୟାମ ବେହେରା, ତ୍ରିନାଥ ସାହୁ, ରବୀନ୍ଦ୍ର ଦାସ , ଭାସ୍କର ସ୍ୱାଇଁ, ବିଜୟ କୁମାର ବେହେରା, ବ୍ରହ୍ମାନନ୍ଦ ପାଢ଼ୀ, ପୀତବାସ ପାଣିଗ୍ରାହୀ, କିଶୋର ଚୌଧୁରୀ, ଜଗନ୍ନାଥ ଘଡେଇ,ରବୀନ୍ଦ୍ର ନାଥ ଦାସ ଉପସ୍ଥିତ ରହିଥିଲେ l