ଶିଶୁ ବିଦ୍ୟା ମନ୍ଦିର ରେ ବାଳିକା ଶିକ୍ଷା କର୍ମଶାଳା ଓ ନିଷ୍କ୍ରମଣ ଉତ୍ସବ ପାଳିତ

ଛତ୍ରପୁର ତା ୮/୨/୨୬(ଅରୁଣ କୁମାର ପଣ୍ଡା )ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମନ୍ତାରଳ ଭାବରେ ଶିଶୁ ଶିବିର, ବାଳିକା ଶିକ୍ଷା କର୍ମଶାଳା ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ନିଷ୍କ୍ରମଣ ପାଳନ କରାଯାଇଥିଲା । ଶିଶୁ ବାଟିକାର ଶିଶୁ ଭାଇଭଉଣୀ ମାନଙ୍କୁ ନେଇ ଶିଶୁ ବାଟିକା ପ୍ରମୁଖ ଶ୍ରୀମତି ବି ସୁଶିଳା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଡାକ୍ତର ବିଷ୍ଣୁପ୍ରିୟା ସେଠୀ ଯୋଗ ଦେଇ ଶିଶୁ ଭଉଣୀ ମାନଙ୍କ ସୁନ୍ଦର ସ୍ୱାସ୍ଥ୍ୟର ସୁରକ୍ଷା ଓ ଯତ୍ନ କିପରି ନେବେ ତାହା ମାର୍ଗ ଦର୍ଶନ କରିଥିଲେ ।ଆଇନଜୀବୀ ଅଳକା ମିଶ୍ର ଯୋଗ ଦେଇ ଶିଶୁ ଭଉଣୀ ମାନେ ଉତ୍ତମ ଭବିଷ୍ୟତ ଗଠନ ନିମନ୍ତେ କାମନା କରିଥିଲେ ।ଏଥିରେ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୪୫ ଜଣ ଶିଶୁ ଯୋଗ ଦେଇଥିଲେ । ଶିଶୁମାନଙ୍କ ମଧ୍ୟରେ ଝୋଟି,ଅଳତା ଓ ପିଠା ପ୍ରସ୍ତୁତି ଆଦି ଓଡିଆ ସଂସ୍କୃତିର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ସେହିଭଳି ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ବିଜ୍ଞାନ ଶିକ୍ଷକ ସୂର୍ଯ୍ୟନାରାୟଣ ଦାଶ ଯୋଗଦେଇ ପ୍ରତିଯୋଗିତା ମୂଳକ ଦୁନିଆରେ ଶିଶୁ ମାନେ କିଭଳି ଭାବରେ ନିଜର ସଠିକ ରାସ୍ତା ଚୟନ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ କଥା ରଖିଥିଲେ । ଶିଶୁମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା ପାଇଁ ସ୍ଥାନୀୟ ଗୌରିଶଙ୍କର ମନ୍ଦିରରେ ରୁଦ୍ରାଭିଷେକ କୈଳାଶ ଚନ୍ଦ୍ର ଶତପଥି ଓ ଚ଼ତୁର୍ଭୁଜ ତ୍ରିପାଠୀ ପୂଜାର୍ଚ୍ଚନା କରିଥିଲେ ।
ପ୍ରଧାନଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ପଦ୍ମଚ଼ରଣ ସାହୁ ଆର୍ଶିବଚନ ଦେଇଥିଲେ । ବରିଷ୍ଠ ଆଚାର୍ଯ୍ୟ ସୁରେଶ ଆଚ଼ାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶ୍ରୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର,ସଦସ୍ୟ ରାମ ପ୍ରସାଦ ପଟ୍ଟନୟକ, ସଦସ୍ୟା ସୁନୀତା ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
