ପ୍ରାକ୍ତନ ଗୁରୁ ତାଲିମ ଶିକ୍ଷାର୍ଥୀ ଙ୍କ ବନ୍ଧୁ ମିଳନ
ଟାଙ୍ଗୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ର ୧୯୭୩-୭୫ ବ୍ୟାଚ୍ ର ପ୍ରଶିକ୍ଷାର୍ଥୀ ମାନଙ୍କ ର ଏକ ଵନ୍ଧୁ ମିଳନ ଭୂଷଣ୍ଡପୁର ସ୍ଥିତ ମା ଉଗ୍ରତାରା ଦେବୀଙ୍କ ପୀଠ ରେ ଅନୁଷ୍ଠିତ ହୋଇଯାଇଛି।ତାଲିମ ପରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଅବସର ନେଇଥିବା ଏହି ପ୍ରାକ୍ତନ ଶିକ୍ଷକ ମାନଙ୍କ ମଧ୍ୟରେ ପାରସ୍ପରିକ ଭାବ ବିନିମୟ ଏକ ଆଵେଗିକ ପରିବେଶ ସ୍ରୃଷ୍ଟି କରିଥିଲା। ପ୍ରାକ୍ତନ ଶିକ୍ଷକ ସୁରେନ୍ଦ୍ର ନାଥ ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ପ୍ରଧାନ, ଭୀମସେନ ରାଉତରାୟ, କ୍ରୃଷ୍ଣ ଚନ୍ଦ୍ର ସାମନ୍ତରାୟ, ଭିକାରୀ ଚରଣ ପ୍ରଧାନ, ଦାଶରଥି ସେଠି,ମନୋଜ କୁମାର ପାତ୍ର, ଭାଗବତ ଜାଲି, ରାଜକିଶୋର ସାହୁ, ଲକ୍ଷ୍ମୀ ଧର ବେହେରା,ସନାତନ ଜେନା, ସୁଧାକର ନାୟକ, ଶଙ୍କର ହୋତା, ଶଙ୍କର ବଳିୟାର ସିଂହ, ଶଙ୍କର ହୋତା , କ୍ରୃଷ୍ଣ ଚନ୍ଦ୍ର ଦାଶ ପ୍ରମୁଖ ସେମାନଙ୍କ ର ଶୈକ୍ଷିକ ଓ ବ୍ୟକ୍ତିଗତ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରାକ୍ତନ ଗୁରୁ ଛାତ୍ର ପଠାଣି ବଳବନ୍ତରାୟ ଏଵଂ ଟାଙ୍ଗୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ର ପ୍ରାକ୍ତନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଙ୍କ ବିୟୋଗରେ ଆତ୍ମା ର ସଦ୍ ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରିଶେଷରେ ମନୋଜ କୁମାର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।
