ହୃଦଘାତ ରେ ଯୁବକଙ୍କ ମୃତ୍ୟୁ

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ବଳରାମ ନଗର ମୁଖ୍ୟ ରାସ୍ତା ପାର୍ଶ୍ବରେ ଘର ଭଡ଼ା ନେଇ ରହୁଥିବା ଜଣେ ଯୁବକଙ୍କ ଗତକାଲି ସନ୍ଦେହଜନକ ମୃତ୍ୟୁ ହୋଇଥିବା କୁହା ଯାଉଥିବା ବେଳେ ଆଜି ଗୁଣୁପୁର ପୋଲିସ ଓ ରାୟଗଡ଼ା ସାଇଣ୍ଟଫିକ ଟିମ୍ ଘଟଣା ସ୍ଥଳରେ ତଦନ୍ତ କରିଥିଲେ । ପୋଲିସ୍ ର ପ୍ରାଥମିକ ତଦନ୍ତରୁ ହୃଦ୍ ଘାତ ରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଉକ୍ତ ଯୁବକ ଜଣକ ପଦ୍ମପୁର ବ୍ଲକ୍ ସରଧାପୂର୍ ଗ୍ରାମର ସୁନୀଲ ପାତ୍ର ବୋଲି ଜଣାପଡିଛି । ଉକ୍ତ ଭଡ଼ା ଘରେ ସେ ଦାନ୍ତ ଚିକିତ୍ସା କେନ୍ଦ୍ର ଖୋଲିଥିଲେ ।
