ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ…
ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମନିଭଟ୍ଟା ଗ୍ରାମରେ ଜଣେ ଯୁବକ କିଛି ଦିନ ପୂର୍ବେ ତାଙ୍କ ଘରେ ବେକରେ ଦଉଡି ଲଗାଇ ଝୁଲୁଥିବା ନେଇ ଜୟପାଟଣା ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ସନ୍ଦେହ ଜନକ ଭାବରେ ଝୁଲୁଥିବା ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଜୟପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।ଘର ଲୋକଙ୍କୁ ଜେରା କରିବା ପରେ ପ୍ରାଥମିକ ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା ଯେ ମୃତ ଯୁବକ ଜଣକ ନାମ ହେଲା ଝିନୁ କାଣ୍ଡେଲ(ରାଜୁ) ଏବଂ ସିଏ ଉତ୍ତର ପ୍ରଦେଶ ଅଞ୍ଚଳରୁ କାମ କରିବା ପାଇଁ କଳାହାଣ୍ଡିକୁ ଆସିଥିବା ବେଳେ ଏହି ମନିଭଟ୍ଟା ଗ୍ରାମର ଜଣେ ଯୁବତୀଙ୍କ ପ୍ରେମରେ ପଡି ପ୍ରାୟ ବର୍ଷେ ହେବ ଯୁବତୀଙ୍କୁ ବିବାହ କରି ତାଙ୍କ ଘରେ ରହିଆସୁଥିଲେ। କିନ୍ତୁ କେଉଁ କାରଣ ଯୋଗୁଁ ଯୁବକ ଜଣକ ଦଉଡି ଲଗାଇ ଆତ୍ମହତ୍ୟା କଲେ,ତାହା ପୋଲିସ ଜାଣିବାକୁ ପାଇନଥିଲା।ତେଣୁ ଘଟଣାଟି ସନ୍ଦେହ ଜନକ ହେବାରୁ ପୋଲିସ ଏନେଇ ଏକ ମାମଲା ରୁଜୁ କରି ପ୍ରକୃତରେ ଏହା ଆତ୍ମହତ୍ୟା ନା
ସୁ ନିୟୋଜିତ ହତ୍ୟା ସେ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରି ସମସ୍ତ ବିଷୟ ଖୋଳତାଡ କରିବ ବୋଲି ଜଣାପଡିଛି।
