April 29, 2026

ଝଙ୍କଡ ସାହିତ୍ୟ ସଂସଦ ର ଶାରଦୀୟ କବିତା ଆସର

IMG-20251007-WA0048
Share

 

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ପବିତ୍ର ଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣମୀ ଅବସରରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ କୁମାର ଉତ୍ସବ ସମିତିର ଜୟପ୍ରକାଶ ନାରାୟଣ ମୈଦାନ ରେ ଝଙ୍କଡ ସାହିତ୍ୟ ସଂସଦ ଆୟୋଜନ କରିଥିଲା କବିତା ଆସର ! ଯେଉଁଥିରେ ପ୍ରାୟ ୭୦ ଜଣ କବି କବୟିତ୍ରୀ ମାନେ ଯୋଗ ଦେଇ ସ୍ୱରଚିତ କବିତା ପାଠ କରି ଅତିଥିଙ୍କ ଠାରୁ ମାନପତ୍ର ପ୍ରାପ୍ତ ହୋଇଥିଲେ ! ଏହି ସାରସ୍ୱତ ସଭାରେ ସଂସଦର ସଭାପତି ବରିଷ୍ଠ ସାହିତ୍ୟିକ, କବି, ଆଲୋଚକ, ସାହିତ୍ୟ ଗବେଷକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ !ମୁଖ୍ୟ ଅତିଥିଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି, ସୁସାହିତ୍ୟିକ ଶ୍ରୀଯୁକ୍ତ ପିତାମ୍ବର ତରାଇ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଥିଲେ ସାହିତ୍ୟରତ୍ନ ସୁରେନ୍ଦ୍ର ନାଥ ତ୍ରିପାଠୀ !ଅନ୍ୟତମ ଅତିଥିଭାବେ ସଂସଦର ଉପସଭାପତି ଡଃ. ବିଷ୍ନୁପ୍ରିୟା ଦାସ, ଝଙ୍କଡ ରତ୍ନ ଗୋଲକ ବିହାରୀ ପଲାଇ, ଶିଶୁ ସାହିତ୍ୟିକ ରଘୁ ସାହୁ, ସମାଜସେବୀ ଚକୋଲେଟ କବି ହେମନ୍ତ କୁମାର ନାୟକ ଯୋଗଦେଇ ସାହିତ୍ୟ ଆସରକୁ ପୂର୍ଣ୍ଣାଙ୍ଗ ମଣ୍ଡିତ କରିଥିଲେ ! କବିତା ସଂଯୋଜନାରେ ଥିଲେ କବୟିତ୍ରୀ ପ୍ରତିଭା ମିଶ୍ର, କବୟିତ୍ରୀ ଆରତୀ ତ୍ରିପାଠୀ ଏବଂ କବୟିତ୍ରୀ ପ୍ରିୟତମା ସାହୁ ! ସହଯୋଗ କରିଥିଲେ ପାୟଲ ମଣ୍ଡଳ !ପଣ୍ଡିତ ବାସବ କୁମାର ନନ୍ଦ ଅତିଥି ପରିଚୟ ଦେଇଥିବା ବେଳେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଝଙ୍କଡ଼ରତ୍ନ ଗୋଲକ ବିହାରୀ ପଲାଇ !ସାହିତ୍ୟ ସମାଜର ଦର୍ପଣ, ବିପଥଗାମୀ ସଂସ୍କୃତିର ଦିଗଦର୍ଶକ ଏବଂ ଭାଷା ସଂସ୍କାର ର ପରିଚାୟକ ବୋଲି ଅତିଥିମାନେ ମତ ରଖି ଉପସ୍ଥିତ କବି ଓ କବୟିତ୍ରୀ ମାନଙ୍କୁ ଲେଖନୀ ଚାଳନା ଜାରି ରଖିବାକୁ ପ୍ରୋତ୍ସାହନ ପ୍ରଦାନ କରିଥିଲେ !ଏହି ଅବସରରେ କବି ଲେଖକ ବିକାଶ କୁମାର ପରିଜା ଙ୍କ ଦ୍ୱାରା ଲେଖା ଯାଇଥିବା ପୁସ୍ତକ “ଝରା ଫୁଲର ବାସ୍ନା “ଉନ୍ମୋଚିତ ହୋଇଥିଲା । ଶେଷରେ ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରି ଥିଲେ ।