ସାରଳା ଦାସଙ୍କ ଜୟନ୍ତୀ ସମାରୋହ ର ପ୍ରସ୍ତୁତି ବୈଠକ
ତିର୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ସ୍ଥିତ ଶାରଳା – ଶ୍ରୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ଆଦିକବି ସାରଳା ଦାସ ସାଧନା ପୀଠ ଉନ୍ନୟନ ପରିଷଦ ଆନୁକୁଲ୍ୟରେ ସାରଳା ଦାସଙ୍କ ଜୟନ୍ତୀ ସମାରୋହ ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ ଅବସରପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ ତଥା ପରିଷଦର ସଭାପତି ସୁରେଶ ଚନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ପରିଷଦର ଉପଦେଷ୍ଟା ଇଂ ସୁଭାଷ ଚନ୍ଦ୍ର ସାହୁ, ଶିକ୍ଷାବିତ ଅକ୍ଷୟ କୁମାର ଦାସ, ପ୍ରଭାତ ପରିଜା, ନନ୍ଦନନ୍ଦନ ନାୟକ, ଗୁରୁ ପ୍ରସାଦ ଦାସ ,ଅଶୋକ ଭୋଇ , ସମାଜସେବୀ ଶ୍ରୀକାନ୍ତ ଦାଶ, ଶରତ ଦାଶ ଶିକ୍ଷାବିତ ସମୀର କୁମାର ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ଦାସ, ଆଶିଷ ପରିଜା, ପ୍ରଭୂଦତ୍ତ ପରିଜା, ନମିତା ସିଂହ, ଚିତ୍ତରଞ୍ଜନ ଦାସ, ସମାଜସେବୀ ଅଶୋକ ଦାଶ, ପ୍ରଫୁଲ୍ଲ ଭୋଇ, ପ୍ରମୁଖ ଉପସ୍ଥିତ ରହି ଆସନ୍ତା ନଭେମ୍ବର ମାସ ୬ ତାରିଖରେ ସାରଳା ଦାସଙ୍କ ଜୟନ୍ତୀ ପଡ଼ୁଥିବାରୁ ଏହାକୁ ପାଳନ କରିବାପାଇଁ ବୈଠକରେ ବହୁ ମତ ପ୍ରକାଶ ପାଇଥିଲା । ଏହାକୁ ସରସ ସୁନ୍ଦର ଯେଭଳି କରାଯିବ ସେଥିପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଦ୍ବିତୀୟ ଅଧିବେଶନରେ ସାରଳା ପାଠଚକ୍ର ଆୟୋଜନ କରାଯାଇଥିଲା । ପରିଷଦର ସଂପାଦକ ଚୌଧୁରୀ ରାଧାମୋହନ ପରିଜା ସ୍ବାଗତ ଭାଷଣ ଦେଇଥିବାବେଳେ ସଂଗଠନ ସଂପାଦକ ଦେବବ୍ରତ ବାରିକ, ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସହ – ସଂପାଦକ ସୁଶାନ୍ତ କୁମାର ପରିଜା ଧନ୍ୟବାଦ ଦେଇଥିଲେ ।ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
