ଆଜିର ଖବର…
୧-ଭୁବନେଶ୍ବର:କୁମାର ଉତ୍ସବ,ଆଞ୍ଜୁଳି ଟେକିଲେ,ଚାନ୍ଦ ପୂଜିଲେ ,ଚଉଁରା ମୂଳରେ ଚାନ୍ଦ ପୂଜା କଲେ କୁମାରୀ।
୨-କଟକ ଗୋଷ୍ଠୀ ହିଂସା ଘଟଣା: ରାଜ୍ୟରେ ହାଇ ଆଲର୍ଟ ଜାରି।ସାରା ରାଜ୍ୟରେ ବ୍ଲକିଂ, ଚେକିଂ ଜୋରଦାର୍।ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂପୁର ଜିଲା ସୀମାରେ କଡ଼ାକଡ଼ି ଯାଞ୍ଚ ଜାରି।
୩-ଭୁବନେଶ୍ୱର:୨୦୨୬ରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାପାଇଁ ଅକ୍ଟୋବର ୨୦ରୁ ଫର୍ମ ପୂରଣ ଆରମ୍ଭ ହେବ,ନଭେମ୍ବର ୬ରେ ସରିବ।
୪-ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, କର୍ଫ୍ୟୁ ସତ୍ତ୍ବେ ମଧ୍ୟ କଟକରେ ସ୍ବାଭାବିକ ରହିଛି ବସ୍ ଚଳାଚଳ।
୫-କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା, ଗୃହ ବିଭାଗକୁ ପ୍ରସ୍ତାବ ଦେଇଥିଲେ ଜିଲ୍ଲାପାଳ।
୬-କଟକ ସହରରେ ଜଗିଛନ୍ତି ୬୦ ପ୍ଲାଟୁନ ପୋଲିସ ଫୋର୍ସ, ୮ କଂପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ।
୭-ଭୁବନେଶ୍ବର:ତାଲିମପ୍ରାପ୍ତ ଭାରୀଯାନ ଚାଳକ ଅଭାବ,୩ ଜିଲ୍ଲାରେ ଖୋଲିବ ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ଯୁଟ୍।
୮-SI ପରୀକ୍ଷା ମହାଘୋଟଲା, ମାଷ୍ଟରକ୍ୟାଣ୍ଟିନ ଛକରେ ବିଜେଡିର ପ୍ରତିବାଦ ସଭା ଅନୁଷ୍ଠିତ।
୯-ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ଢେଙ୍କାନାଳ ସହର, ୩୮ଟି ପୂଜା ମଣ୍ଡପରେ ହେଉଛି ମାଆଙ୍କ ପୂଜାର୍ଚ୍ଚନା।
୧୦-ପୁରୀରେ ଆଜି ଠାରୁ ଆରମ୍ଭ ହେବ ହବିଷିଆଳି ବ୍ରତ।ଚଳିତ ବର୍ଷ ୪ଟି ସ୍ଥାନରେ ହବିଷିଆଳିଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି।
୧୧-ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ, ୧୪ ତାରିଖରେ ହେବ ଭୋଟ ଗଣତି।
୧୨-କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ।
୧୩-CAG ରିପୋର୍ଟରେ BPUT,ଖତ ଖାଉଛି ୧୧୫ ନୂଆ କମ୍ପୁଟର,୬୨ ଲକ୍ଷ ଟଙ୍କା ହେଇଛି ଅପଚୟ।
୧୪-ନୂଆପଡ଼ା ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ: ଭକ୍ତ ଦାସ
୧୫-ନୂଆପଡା ପାଇଁ ହାତ ଖୋଲିଦେଲେ ମୋହନ,୧୧୦୧ କୋଟିର ପ୍ରକଳ୍ପ ହେଲା ଲୋକାର୍ପଣ ଓ ଶିଳାନ୍ଯାସ।
୧୬-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : କୋମନା, ସିନାପାଲିକୁ NAC ଓ ଖରିଆରକୁ ମ୍ୟୁନିସିପାଲିଟି ଘୋଷଣା
୧୭-ପାର୍ବଣ ପରେ ଅଶାନ୍ତ ରାଜଧାନୀ; ଇନଫୋଭାଲି ଅଞ୍ଚଳରେ ଗର୍ଜିଲା ବନ୍ଧୁକ, ଦୁର୍ବୁତ୍ତଙ୍କ ଆତଙ୍କରାଜରେ ୨ ଗୁରୁତର।
୧୮-ବିହାର ନିର୍ବାଚନ ପାଇଁ ବାଜିଲା ବିଗୁଲ, ଦୁଇଟି ପର୍ଯ୍ୟାୟରେ ହେବ ମତଦାନ:ନଭେମ୍ବର ୬ ଏବଂ ନଭେମ୍ବର ୧୧ରେ ମତଦାନ ହେବ।
୧୯-ଭାରତୀୟ ନୌସେନାରେ ଯୋଗଦେଲା ‘INS ଆଣ୍ଡ୍ରୋଥ୍’; ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା କାର୍ଯ୍ୟରେ ହେବ ନିୟୋଜିତ, ଗଭୀର ସମୁଦ୍ରରେ ଶତ୍ରୁଙ୍କ ନିଦ ହଜାଇବ।
୨୦-ମେଡିସିନରେ ୩ ଜଣଙ୍କୁ ନୋବେଲ ପୁରସ୍କାର:ସେମାନେ ହେଲେ ଆମେରିକାର ମେରି ଇ. ବ୍ରାଙ୍କୋ, ଫ୍ରେଡ ରାମ୍ସଡେଲ ଏବଂ ଜାପାନର ଶିମୋନ ସକାଗୁଚୀ।
