April 29, 2026

20 ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

IMG-20251007-WA0007
Share

 

ତା ୬/୧୦(ଆପ୍ର): କୋରାପୁଟ ଜିଲ୍ଲା କୁନ୍ଦୁରା କାର୍ଯ୍ୟାଳୟ ଠାରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ମସିଗାଁ ଗ୍ରାମ ପଞ୍ଚାୟତର ଏମଜିଏନଆରଇଜିଏ କାର୍ଯ୍ୟ ବିଲ କରାଇ ଦେବି କହି ୨୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ।ମସିଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ସ୍ମଶାନ ରାସ୍ତା ନିର୍ମାଣ ନିମନ୍ତେ 6ଲକ୍ଷ ଟଙ୍କାର ବିଲ କରିବାକୁ ଠିକାଦାର ଙ୍କ ସହ ଚୁକ୍ତି ହୋଇଥିଲା। ଏହି କାମର ବିଲ କରିବା ନିମନ୍ତେ ଅଭିଯୋଗକାରୀ ପ୍ରଫୁଲ ସ୍ୱାଇଁ ଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଭିଜିଲାନ୍ସ ସୂଚନା ଦେଇଛି। ଶ୍ରୀ ନାୟକ ସହକାରୀ ଯନ୍ତ୍ରୀ ଭାବେ ରହି ବୈପାରୀଗୁଡା ରୁ ଦଶହରା ପୂର୍ବରୁ କୁନ୍ଦୁରା ବ୍ଲକ ରେ ନିଯୁକ୍ତ ହୋଇଥିଲେ। ଲମ୍ବୋଦର ନାୟକ ଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଗୋଟିଏ ଭିଜିଲାନ୍ସ କେଶ ରହିଥିବା ସୂଚନା ମିଳୁଛି।କୁନ୍ଦୁରା ବ୍ଲକ ରେ ନାୟକ ନିଯୁକ୍ତ ହେବା ପରେ ତାଙ୍କୁ କୌଣସି ପଞ୍ଚାୟତ ର ଦାୟିତ୍ୱ ପ୍ରଦାନ କାରାଯାଇ ନଥିବା ବେଳେ ସେ କିଭଳି ଭାବେ ଠିକାଦାର ଙ୍କ ସହ ମୁଲ ଚାଲ କରୁଥିଲେ ତାହା ସନ୍ଦେହ ଘେରରେ।ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଲମ୍ବୋଦର ନାୟକ 2021 ମସିହାରେ କୁନ୍ଦୁରା ବ୍ଲକ ଠାରେ ନିଯୁକ୍ତ ହୋଇଥିବା ବେଳେ କିଛି ଦିନ ପରେ ତାଙ୍କୁ ବୈପାରୀ ଗୁଡା କୁ ସ୍ଥାନାନ୍ତର କରାଯାଇଥିଲା।ଭିଜିଲାନ୍ସ ଏସପି ରବୀନ୍ଦ୍ର କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଏହି ଗିରଫ ସମୟରେ ଜୟପୁର ଡି ଏସ ପି ସଦାନନ୍ଦ ପାଣି, ଅଭୟ ପ୍ରଧାନ, ସୂର୍ଯ୍ୟକାନ୍ତି ଟାକ୍ରୀ, ଇନ୍ସପେକ୍ଟର ସୂର୍ଯ୍ୟ ପ୍ରକାଶ ନାୟକ, ସନ୍ତୋଷୀ ବାରିକ, ସଞ୍ଜୟ ପ୍ରଧାନ,ଅମିନ ଗୌରଚନ୍ଦ୍ର ବାଗ, ଫରେଷ୍ଟର ଗଗନ ବିହାରୀ ପଣ୍ଡା, ସୁଜିତ କୁମାର ନାୟକ,ଏଏସଆଇ ଦିଲ୍ଲୀପ କୁମାର ଭୂୟାଁ, ଏ ଏସ ଆଇ କେଶବ ଗରଲୁ ପ୍ରମୁଖ ରହିଥିଲେ।

 

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l